Indus Valley Times

ବ୍ଲକ କଲୋନୀ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ମହାଆଡମ୍ବରରେ ଅନୁଷ୍ଠିତ

 Breaking News

ବ୍ଲକ କଲୋନୀ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ମହାଆଡମ୍ବରରେ ଅନୁଷ୍ଠିତ

September 29
19:47 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଲୋକକଳା-୨୦୨୪ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ଉ.ପ୍ରା. ବିଦ୍ୟାଳୟ ଠାରେ ସିଆରସିସି ସୁଜିତ୍ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାଆଡମ୍ବରରେ ରେ ଆୟୋଜିତ ହୋଇଯାଇଛି ।
ଏଥିରେ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ରୁ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।
ଓଡିଶାର ଲୋକ କଳା, ସ୍ଥାପତ୍ୟ, ଶିଳ୍ପ କଳା, ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକୃତା, ସୃଜନଶୀଳ ଲିଖନ ମାଧ୍ୟମରେ ପିଲାଙ୍କ ହୃଦୟରେ କିପରି ଓଡ଼ିଆ ର ଗର୍ବ, ଗୌରବ,ପରିଚୟ ଓ ସ୍ବାଭିମାନ ଅକ୍ଷୁର୍ଣ୍ଣ ରହିବ ସେଥିରେ ସ୍ଥାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ବି. ଆରସିସି ଚୈତନ୍ୟ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ନାଥ ଦାଶ, ହରିହର ମଲିକ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ, ଶ୍ରୀମତୀ ସୁଷମା ନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଉଦଯାପନୀ ସଭାରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲିକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ନାଥ ଦାଶ, ହରିହର ମଲିକ ଓ ଶ୍ରୀମତୀ ସୁଷମା ନାୟକ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ କ୍ଷ କୁଡୁତୁଲି ଓ କିଲୁପଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟକାନ୍ତ ସାହୁ, ରାଧାକାନ୍ତ ପ୍ରଧାନ, ତଥା କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଉପକୃତ ହୋଇଥିବା ଛାତ୍ର ଛାତ୍ରୀ ଆସନ୍ତା ଅକ୍ଟୋବର ୪ ତାରିଖ ରେ କ.ନୂଆଗାଁ ଠାରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ପୁରନ୍ତି ପ୍ରଧାନଙ୍କୁ ବିଧବା ଭତ୍ତା ମିଳିବ କେବେ ?
ବାଲିଗୁଡା,୨୯/୯ : ସରକାର ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳା ମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳା ମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି।
ହେଲେ ପଞ୍ଚାୟତ ଓ ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ବହୁ ଗରିବ ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଦୟନୀୟ ଜୀବନଯାପନ କରୁଥିବା ଦେଖିବାକୁ ମିଳୁଛି।
ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗାଁ ରେ।
ମଗଡ଼ିଙ୍ଗିଆ ଗାଁ କପୁଗୁଡ଼ା ସାହିର ପୁରନ୍ତି ପ୍ରଧାନ ବୟସ ୪୯। ଆଜକୁ ପ୍ରାୟ ସାତ ମାସ ତଳେ ପୁରନ୍ତି ପ୍ରଧାନଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ପ୍ରଧାନ ତିନୋଟି ସନ୍ତାନଙ୍କୁ ପୁରନ୍ତି ପ୍ରଧାନଙ୍କ ଦାୟିତ୍ୱରେ ଛାଡ଼ି ଆରପାରିକୁ ଚାଲିଗଲା। ସ୍ୱାମୀଙ୍କ ମୃତ୍ୟୁ ପରେ ପୁରନ୍ତି ପ୍ରଧାନଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଗଲା।
ସେ ନିଜେ କେମିତି ବଞ୍ଚିବେ ଓ ତିନି ଜଣଙ୍କୁ କେମିତି ପାଳିବେ ସେ ଚିନ୍ତାରେ ଘାଣ୍ଟି ହୋଇଗଲେଣି ।
ସରକାର ବିଧବା ମାନଙ୍କୁ ଭତ୍ତା ଦେଉଥିବା ଜାଣି ସାତ ମାସ ହେଲାଣି ବ୍ଲକ ଓ ଜିଲ୍ଲାପାଳ ପଞ୍ଚାୟତ କାର‌୍ୟ୍ୟାଳୟକୁ ଦୌଡୁଛନ୍ତି। ହେଲେ ଆଜିଯାଏ ସେ ବିଧବା ଭତ୍ତା ଖଣ୍ଡିକ ପାଇପାରିଲେ ନାହିଁ।
ଏପରି କି ପରିବାରର ଚାରି ସଦସ୍ୟ ଅଛନ୍ତି। ଚଳାଚଳରେ ଅସୁବିଧା ହେବାରୁ ଏବେ ସେ ଚାରି ଜଣଙ୍କ ଜଣଙ୍କ ସହିତ ବଣ୍ଡଗୁଡ଼ା ପଞ୍ଚାୟତ ଅଧୀନରେ ଥିବା କପୁଗୁଡ଼ା ସାହିରେ ଥିବା ନିଜ ଘରେ ଆଶ୍ରୟ ନେଇଛନ୍ତି।
ପ୍ରଶାସନ ଉକ୍ତ ମହିଳାଙ୍କୁ ଯଥାଶୀଘ୍ର ବିଧବା ଭତ୍ତା ଯୋଗେଇ ଦେବାକୁ ସାଧାରଣରେ ଦାବି ହେଉଛି। ଏ ବିଷୟରେ ପଞ୍ଚାୟତ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ପୁରନ୍ତି ପ୍ରଧାନଙ୍କୁ ବିଧବା ଭତ୍ତା ପାଇଁ ଅନ୍‌ଲାଇନ୍‌ରେ ଆବେଦନ ପତ୍ର ଦିଆହୋଇଛି।
ତାଙ୍କର କାଗଜପତ୍ର ସମ୍ପୂର୍ଣ୍ଣ ହେଲେ ଭତ୍ତା ମିଳିଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ପୁରନ୍ତି ପ୍ରଧାନଙ୍କୁ ଭତ୍ତା ଯୋଗାଇ ଦେବ ଦେଖିବାକୁ ବାକିରହିଲା?
ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ, : ଚାଳକ ମୃତ
ବାଲିଗୁଡ଼ା, ୨୯/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ବାଟାଗୁଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରେ ବାଡ଼େଇ ହେଲା ମୋଟର ସାଇକେଲ । ଦୁର୍ଘଟଣାରେ ମୋଟର ସାଇକେଲ ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଆଖପାଖ ଲୋକେ ଘଟଣା ସମ୍ପର୍କରେ ବାଲିଗୁଡ଼ା ପୋଲିସକୁ ସୂଚନା ଦେଇଥିଲେ ।
ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଁଚି ମୋଟର ସାଇକେଲ ଚାଳକକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ।
ସେଠାରେ ଡାକ୍ତର ମୋଟର ସାଇକେଲ ଚାଳକଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।
ମୃତକ ଜଣକ କ.ନୁଆଗାଁ ଥାନା ଗସାନାଜୁ ଗ୍ରାମର ମାଧବ ମଲ୍ଲିକ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ୍ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930