Indus Valley Times

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ

 Breaking News

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ
March 29
08:35 2025

ପ୍ରସନ୍ନ କୁମାର ରାଉତରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨୯/୩ : ଖୋର୍ଦ୍ଧା ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ୩ ଦିନିଆ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ ହୋଇଯାଇଛି ।
ପ୍ରଥମ ଦିନରେ ଖୋର୍ଦ୍ଧା ବ୍ଲକର ୭ ଟି ପଞ୍ଚାୟତ ଓ ଖୋର୍ଦ୍ଧା ପୌର ପରିଷଦର ମୋଟ ୧୦୦ ଜଣ ସକ୍ରିୟ ମହିଳା ଓ ପୁରୁଷ ଚାଷୀ ମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ଉପରେ ଧାରଣା ଦେବା ସହିତ ଅଳ୍ପ ଖର୍ଚ୍ଚରେ କିଭଳି ଅଧିକ ରୋଜଗାର ହୋଇପାରିବ,ଉଦ୍ୟାନ କୃଷି କାର୍ଯ୍ୟ କରି ଯୁବ ବ୍ୟବସାୟୀ ସୃଷ୍ଟି ହେବେ ତାହା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।
ସେହିପରି ଚାଷୀମାନେ ଏକତାର ସହିତ ନିଜ ସହଭାଗିତାରେ ସରକାରୀ ସହାୟତାରେ କିଭଳି ଚାଷ କରିବେ,ସରକାରଙ୍କ କେଉଁ କେଉଁ ଯୋଜନା ଓ ତାର ରିହାତି ଉପରେ ଆଲୋକପାତ କରାଯାଇଥିଲା।
ଉଦ୍ୟାନ କୃଷି ମିଶନ ଯୋଜନା ଏମ.ଆଇ.ଡି.ଏଚ ଓ ମନରେଗା ଯୋଜନାରେ କିଭଳି ଜଣେ ଚାଷୀ ଲାଭବାନ ହୋଇପାରିବେ, ଏହା ସହିତ ଫଳ,ଫୁଲ ଚାଷ,ପନିପରିବା, ଛତୁଚାଷ, ଓ ଜୈବିକ ପ୍ରଣାଳୀରେ ଓ ଅଳ୍ପ ଜଳ ବ୍ୟବହାର କରି କିଭଳି ଚାଷ କରିହେବ ତାହା ଉପରେ ଉପସ୍ଥିତ ଚାଷୀମାନଙ୍କୁ କୁହାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କୃଷି ଉପ ନିର୍ଦ୍ଦେଶକ ଉଦ୍ୟାନ ପ୍ରଶିକ୍ଷଣ କେନ୍ଦ୍ର ଖୋର୍ଦ୍ଧାର ବିଜୟ ବେହେରା, ଉଦ୍ୟାନ କୃଷି ପ୍ରଶିକ୍ଷଣ କେନ୍ଦ୍ର ଖୋର୍ଦ୍ଧା ଉପ ନିର୍ଦ୍ଦେଶକ ଉର୍ମିଳା ମହାପାତ୍ର, ଖୋର୍ଦ୍ଧା ଉଦ୍ୟାନ କୃଷିର ସହକାରୀ ଉପ ନିର୍ଦ୍ଦେଶକ ସ୍ମିତା ମହାନ୍ତି,ସହକାରୀ ଉଦ୍ୟାନ ଅଧିକାରୀ ଗାୟତ୍ରୀ ମହାପାତ୍ର,ବେଗୁନିଆ ସହକାରୀ ଉଦ୍ୟାନ ଅଧିକାରୀ, ଖୋର୍ଦ୍ଧା ଉଦ୍ୟାନ ପରିଦର୍ଶକ ପ୍ରତାପ ଚନ୍ଦ୍ର ପାଇକରାୟ, ସହକାରୀ କୃଷି ଅଧିକାରୀ ବିନୋଦିନି ସାହୁ, ଆପିକଲର ଜିଲ୍ଲା ସଂଯୋଜକ ଶିବ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଉଦ୍ୟାନ କ୍ଷେତ୍ର କର୍ମଚାରୀ ସଂଗ୍ରାମ କେଶରୀ ଗୁମାନସିଂ,କୃଷକ ସାଥି ବିଶ୍ୱନାଥ ସାହୁ ଅନ୍ୟ କର୍ମଚାରି ମାନେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930