Legatus

ଭତ୍ତା ପାଇଁ ଖରାରେ ଖାଲି ପାଦରେ ଚାଲି ଚାଲି ବ୍ୟାଙ୍କ୍ ଗଲେ ବୃଦ୍ଧା, ଅର୍ଥମନ୍ତ୍ରୀ କଲେ ଟ୍ବିଟ୍

 Breaking News

ଭତ୍ତା ପାଇଁ ଖରାରେ ଖାଲି ପାଦରେ ଚାଲି ଚାଲି ବ୍ୟାଙ୍କ୍ ଗଲେ ବୃଦ୍ଧା, ଅର୍ଥମନ୍ତ୍ରୀ କଲେ ଟ୍ବିଟ୍

ଭତ୍ତା ପାଇଁ ଖରାରେ ଖାଲି ପାଦରେ ଚାଲି ଚାଲି ବ୍ୟାଙ୍କ୍ ଗଲେ ବୃଦ୍ଧା, ଅର୍ଥମନ୍ତ୍ରୀ କଲେ ଟ୍ବିଟ୍
April 21
16:38 2023

ନବରଙ୍ଗପୁର,୨୧/୪: ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିଲେ ଦୁଃଖ ଲାଗୁଛି। ଭିଡିଓରେ ଜଣେ ବୃଦ୍ଧାଙ୍କୁ ଦେଖିବାକୁ ମିଳୁଛି।
ଯିଏକି ଏଭଳି ପ୍ରଚଣ୍ଡ ଖରାରେ ଏକ ଚୌକି ସାହାଯ୍ୟରେ ଖାଲି ପାଦରେ ରାସ୍ତାରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳୁଛି। ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତରେ ଘଟିଛି।
ଭିଡିଓରେ ଦେଖିବାକୁ ମିଳୁଥିବା ବୃଦ୍ଧାଙ୍କ ନାମ ସୂର‌୍ୟ୍ୟ ହରିଜନ ବୟସ ୭୨ବର୍ଷ ରହିଛି। ସେ ଚାଲି ନପାରିବାରୁ ଅସହାୟ ଅବସ୍ଥାରେ ଚୌକି ସାହାଯ୍ୟରେ ଭତ୍ତା ଟଙ୍କା ନେବାକୁ ପ୍ରତିଦିନ କୋଶେ ବାଟ ଯାଇଥାଆନ୍ତି। କିନ୍ତୁ ସେଠାରେ ତାଙ୍କର ଆଙ୍ଗୁଠି ଚିହ୍ନ ନମିଶିବାରୁ ନିରାଶ ହୋଇ ଘରକୁ ଫେରନ୍ତି। ଏହି ଅସହାୟ ବୃଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
କୁହାଯାଉଛି କି, ଗତ ୪ମାସ ପୂର୍ବେ ସେ ଭତ୍ତା ଟଙ୍କା ପାଇଁ ସାରିଆପୋଡ଼ା ବ୍ୟାଙ୍କ ସୁବିଧାକେନ୍ଦ୍ରକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଏକ ଦୁର୍ଘଟଣାର ଶିକାର ହେବାରୁ ତାଙ୍କ ଗୋଡ଼ି ଭାଙ୍ଗିଯାଇଥିଲା। ଏହାପର ଠାରୁ ସେ ଭଲଭାବେ ଚାଲି ପାରୁ ନଥିବାରୁ ପ୍ରତିଥର ଭତ୍ତା ଟଙ୍କା ପାଇଁ ଏହି ଚୌକି ସାହାଯ୍ୟରେ ଚାଲିଚାଲି ଯାଇଥାଆନ୍ତି।
ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରାର୍ଥଜିତ ମଣ୍ଡଳ କହିଛନ୍ତି, ବୃଦ୍ଧା ସୂର‌୍ୟ୍ୟମଣି ଆଜକୁ କିଛିମାସ ହେବ ଭତ୍ତା ପାଇବାରୁ ବଞ୍ଚିତ ଥିଲେ। କାରଣ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାରକାର୍ଡ ଲିଙ୍କ ହୋଇ ପାରୁ ନଥିବାରୁ ଟଙ୍କା ଉଠାଣ ମେସିନରେ ଆଙ୍ଗୁଠି ଚିହ୍ନ ମିଶୁ ନଥିଲା। ଏମିତି କି ସେ ନିଜର ଆଧାରକାର୍ଡ ଓ ବ୍ୟାଙ୍କ ପାସବୁକ ତାଙ୍କ ସମ୍ପର୍କୀୟଙ୍କ ଘରେ ଛାଡ଼ି ଦେଇ ଆସିଥିବା ଜଣାପଡ଼ିଥିଲା।
ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଭତ୍ତା ମିଳିବାର ସମସ୍ତ ବ୍ୟବସ୍ଥା କରି ଦିଆଯାଇଛି। ସେ ଭତ୍ତା ପାଇ ସାରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31