Indus Valley Times

ଭବାନୀପାଟଣା ଫରେଷ୍ଟର ତଥା ବହୁ ବେନାମୀ ଗାଡ଼ିର ମାଲିକ ଭାଗବତ ଭୂଷଣ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ

 Breaking News

ଭବାନୀପାଟଣା ଫରେଷ୍ଟର ତଥା ବହୁ ବେନାମୀ ଗାଡ଼ିର ମାଲିକ ଭାଗବତ ଭୂଷଣ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ

February 21
19:05 2026

କଳାହାଣ୍ଡି, ୨୧/୨ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବନାଞ୍ଚଳର ବନ ଅଧିକାରୀ ଭାଗବତ ଭୂଷଣ ବେହେରା ଗିରଫ ହୋଇଛନ୍ତି ।
ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରି ବିପୁଳ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ଫରେଷ୍ଟରଙ୍କୁ ଗିରଫ କରିଛି ।
ଭିଜିଲାନ୍ସ ଚଢ଼ଉ ବେଳେ ଫରେଷ୍ଟର୍ ଭାଗବତ ଭୂଷଣଙ୍କର ବିପୁଳ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା । ନୂତନ ନିର୍ମିତ ବହୁତଳ ପ୍ରାସାଦ, ୯ଟି ଦାମୀ ପ୍ଲଟ୍, ୪୭୦ ଗ୍ରାମ ସୁନା, ପ୍ରାୟ ୩୪ ଲକ୍ଷ ଜମାରାଶି, ୨ଟି ବେନାମୀ ହାର୍ଭେଷ୍ଟର୍ ମେସିନ୍, ୪ଟା ବେନାମୀ ଟ୍ରାକ୍ଟର, ଗୋଟିଏ ବେନାମୀ ଟିପ୍ପର, ଗୋଟିଏ ହାଇୱା ଗାଡ଼ି, ଗୋଟିଏ ବୋଲେରୋ, ଗୋଟିଏ ଟୟୋଟା କାର୍ ଇତ୍ୟାଦି ଜବତ କରାଯାଇଛି । ସମସ୍ତ ଗାଡ଼ି ଗୁଡ଼ିକ ବେନାମୀ ଅଟେ ବୋଲି ଭିଜିଲାନ୍ସ କହିଛି ।
ଗତକାଲି ଫରେଷ୍ଟରଙ୍କର ୩ଟି ଠିକଣାରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରିଥିଲା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ହିଲ୍ ଟାଉନରେ ଥିବା ବାସଭବନ, ଜୁନାଗଡ଼ରେ ଥିବା ଭାଇଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଯାଞ୍ଚ କରାଯାଇଥିଲା । ଏଥିରେ ୪ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର, ୪ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930