Indus Valley Times

ଭାଜପାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ: ୨ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି

 Breaking News

ଭାଜପାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ: ୨ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି

October 16
18:33 2025

ନୂଆପଡ଼ା, ୧୬/୧୦ : ନୂଆପଡ଼ା ଆସନକୁ ଅକ୍ତିଆର କରିବାକୁ ଭାରତୀୟ ଜନତା ପାର୍ଟି ରଣନୀତି ପ୍ରସ୍ତୁତ କରିସାରିଛି । ଏବେ ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଇଛି । ବିଜେପି ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ବାହାର ନେତୃବୃନ୍ଦ, କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ପ୍ରଚାର ମଙ୍ଗ ସମ୍ଭାଳିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଉପରେ ନୂଆପଡ଼ା ଦାୟିତ୍ୱ ଦିଆଯାଇଛି । ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କରିବେ ପ୍ରଚାର ।
ସେହିପରି ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବ, ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସୁନୀଲ ବଂଶଲ, ଅରୁଣ ରାଓ ସାମିଲ ରହିଛନ୍ତି ।
ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୁରୀ ସାଂସଦ ସମ୍ବିତ ପାତ୍ର, ବିଧାୟକ ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା, ସମୀର ମହାନ୍ତି, ବ୍ରିଜମୋହନ ଅଗ୍ରୱାଲ, ସଙ୍ଗୀତ କୁମାର ସିଂହଦେଓ, ମନ୍ତ୍ରୀ ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ, ଗୁରୁ କୁଶ୍ୱାନ୍ତ ସାହେବ, ପ୍ରଦୀପ ପୁରୋହିତ, ସୁଜିତ କୁମାର, ରୁପକୁମାରୀ ଚୌଧୁରୀ, ମାଲବିକା ଦେବୀ ଏବଂ ପ୍ରଦୀପ୍ତ କୁମାର ନାୟକ ନୂଆପଡ଼ା ରଣାଙ୍ଗନକୁ ଓହ୍ଲାଇବେ ।
ଖାଲି ସେତିକି ନୁହେଁ ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ସାଂସଦ ଅନୁଭବ ମହାନ୍ତି, ବିଧାୟକ ଆକାଶ ଦାସ ନାୟକଙ୍କ ଭଳି କଳାକାରମାନଙ୍କୁ ମଧ୍ୟ ଦାୟିତ୍ୱ ମିଳିଛି । ଏହା ସହିତ ମାନସ କୁମାର ମହାନ୍ତି, ରଞ୍ଜନ କୁମାର ପଟେଲ୍, ଅନୁଜ ଶର୍ମା, ରୋହିତ ସାହୁ, ଯୋଗେଶ୍ୱର ରାଜୁ ସିହ୍ନା, ଲକ୍ଷ୍ମଣ ବାଗ ଓ ସନତ କୁମାର ଗର୍ତ୍ତିଆ ପ୍ରଚାର ମଙ୍ଗ ସମ୍ଭାଳିବେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930