Indus Valley Times

ଭାପୁର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଏସ୍‌ପିଙ୍କ ହସ୍ତକ୍ଷେପ ପରେ ମାମଲା ସମାଧାନ

 Breaking News

ଭାପୁର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଏସ୍‌ପିଙ୍କ ହସ୍ତକ୍ଷେପ ପରେ ମାମଲା ସମାଧାନ

ଭାପୁର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଏସ୍‌ପିଙ୍କ ହସ୍ତକ୍ଷେପ ପରେ ମାମଲା ସମାଧାନ
December 04
08:57 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୪ା୧୨: ନୟାଗଡ଼ ଜିଲ୍ଲା ଭାପୁର ସାମ୍ବାଦିକ ପ୍ରଭାତ କୁମାର ବରାଡ଼ଙ୍କୁ ଆକ୍ରମଣ ଘଟଣାରେ ପୁଲିସର ନୀରବତା ଓ ପକ୍ଷପାତିତାକୁ ନେଇ ଆଜି ଦ୍ୱିତୀୟ ସାମ୍ବାଦିକମାନେ ନୟାଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏସ୍‌ପି ଏସ୍ ସୁଶ୍ରୀ ସାମ୍ବାଦିକମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ । ସାମ୍ବାଦିକଙ୍କ ପକ୍ଷରୁ ପ୍ରତିନିଧି ମଣ୍ଡଳୀରେ ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, ସମ୍ପାଦକ ଅନୀଲ କୁମାର ପଣ୍ଡା, ନବକିଶୋର ମିଶ୍ର, ରାମକୃଷ୍ଣ ରଥ, ଶୁଭେନ୍ଦ୍ର କୁମାର ପଟ୍ଟନାୟକ, ଜୟେନ୍ଦ୍ର ବେହେରା, ଗୀତିକାନ୍ତ ପଣ୍ଡା ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଏସ୍‌ପି ସମସ୍ତ ବିଷୟ ଶୁଣିବା ପରେ ଫତେଗଡ଼ ଥାନା ଅଧିକାରୀଙ୍କୁ ଅଭିଯୁକ୍ତକୁ ଥାନାକୁ ଡାକି ଏହି ମାମଲା ଉପରେ ଆଲୋଚନା କରିବାକୁ ପରାମର୍ଶ କରିଥିଲେ । ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଯାହାକୁ ନେଇ ସାମ୍ବାଦିକମାନେ ଆନ୍ଦୋଳନ ପତ୍ୟାହୃତ କରିଥିଲେ ।
ସଂନ୍ଧ୍ୟାରେ ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ବେହେରାଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଘଟଣାର ସମାଧାନ ହୋଇଥିବା ସୂଚନା ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ, ଗତ ୨୦ ତାରିଖ ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଜନିତ ଖବର ସଂଗ୍ରହ ସମୟରେ ଭାପୁର ବ୍ଲକ ବିଜିପୁରଠାରେ ନିକଟସ୍ଥ ଲହଙ୍ଗାପଲ୍ଲୀ ଗ୍ରାମର ଲକ୍ଷ୍ମୀଧର ନାୟକ ସାମ୍ବାଦିକ ପ୍ରଭାତଙ୍କୁ ଆକ୍ରମଣ କରିଥିଲେ ।
ଏହି ଆକ୍ରମଣ ଘଟଣାକୁ ନେଇ ପ୍ରଭାତ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଚୁପ ବସିଛି । ଜାଣିଶୁଣି ଅଭିଯୁକ୍ତ ବିରୁଦ୍ଧରେ କୋହଳ ଦଫା ଲଗା ଯାଇଥିଲା ।
ଏହା ସହିତ ଅଭିଯୁକ୍ତ ଏତଲା ଆଧାରରେ ସାମ୍ବାଦିକଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930