Indus Valley Times

ଭାରତୀୟ ସେନାବଳର ସଫଳତାରେ ନୟାଗଡ଼ ଜିଲ୍ଲାରେ “ପରାକ୍ରମ ଶୋଭାଯାତ୍ରା”

 Breaking News

ଭାରତୀୟ ସେନାବଳର ସଫଳତାରେ ନୟାଗଡ଼ ଜିଲ୍ଲାରେ “ପରାକ୍ରମ ଶୋଭାଯାତ୍ରା”

ଭାରତୀୟ ସେନାବଳର ସଫଳତାରେ ନୟାଗଡ଼ ଜିଲ୍ଲାରେ “ପରାକ୍ରମ ଶୋଭାଯାତ୍ରା”
May 16
09:18 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୬/୫ : ନୟାଗଡ଼ ଜିଲ୍ଲାରେ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ଜଣାଇବାକୁ “ପରାକ୍ରମ ଶୋଭାଯାତ୍ରା”ର ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ତିନିବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ମୋଟରସାଇକେଲ ଶୋଭାଯାତ୍ରା ନୟାଗଡ଼ ସହର ଦୁର୍ଗାପ୍ରସାଦ ପଡ଼ିଆ ଠାରୁ ସକାଳ ୮ଘଟିକାରେ ଆରମ୍ଭ
ହୋଇ ପୂରୁଣା ସହର ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସହର ଯାତ୍ରା କରିଥିଲା ।
ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଉପ ଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦାର, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଉପସ୍ଥିତ ରହି ପତାକା ପ୍ରଦର୍ଶନ କରି ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାର ଶୁଭାରମ୍ଭ କରିଥିଲେ । ବୀର ଯବାନଙ୍କ ସମ୍ମାନାର୍ଥେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଜନସାଧାରଣଙ୍କ ସହ ବାଇକ୍‌ରେ ବସି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଭାଗର ଅଧିକାରୀ,କର୍ମଚାରୀ, ପୁଲିସ ବାହିନୀଙ୍କ ସମେତ ଶହ ଶହ ସଂଖ୍ୟାରେ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ୍ ନାରା ଦେଇ ସହର ପରିକ୍ରମା କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ଵାମୟୀ ଆଚାର୍ଯ୍ୟ ଶୋଭାଯାତ୍ରା ସମାପ୍ତ ହେବା ପରେ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31