Indus Valley Times

ଭିନ୍ନକ୍ଷମ ଶିଶୁଙ୍କ ସହ ସମର୍ପଣ ଉତ୍ସବ ପାଳନ କଳା ବଲାଙ୍ଗୀର ସ୍ୱେଚ୍ଛା ସେବି ସଂଗଠନ

 Breaking News

ଭିନ୍ନକ୍ଷମ ଶିଶୁଙ୍କ ସହ ସମର୍ପଣ ଉତ୍ସବ ପାଳନ କଳା ବଲାଙ୍ଗୀର ସ୍ୱେଚ୍ଛା ସେବି ସଂଗଠନ

October 29
22:07 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୯/୧୦ : ବଲାଙ୍ଗୀର ର ଅଗ୍ରଣୀ ସମାଜ ସେବି ସଂଗଠନ”ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ”ତାର ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମ ଏକ ନିଆରା ଢଙ୍ଗରେ ପାଳନ କରିଛି।ଯେଉଁଥିରେ ଏହି ସଂଗଠନ ଭିନ୍ନ କ୍ଷମ ଶିଶୁ ଓ ଅସହାୟଙ୍କୁ ନେଇ ସମର୍ପଣ ଉତ୍ସବ ପାଳନ କରିଛି।
ଭିନ୍ନ କ୍ଷମ ଶିଶୁଙ୍କ ମନୋରଞ୍ଜନ ପାଇଁ ଏକ ବିରାଟ ସାଂସ୍କୃତିକ କାର୍ଯ୍ୟକ୍ରମ କୋଶଳ କଳାମଣ୍ଡଳ ପଡିଆ ଠାରେ ଆୟୋଜିତ ହୋଇଯାଇଛି।
ଅତିଥି ଭାବରେ ଓଲିଉଡ ଷ୍ଟାର ଅଭିନେତା ବବି ମିଶ୍ର,ସମ୍ବଲପୁରୀ ରକଷ୍ଟାର ରୁକୁ ସୁନା,ମୁଖ୍ୟ ଅତିଥି ପୌରଧକ୍ଷା ଳିକା ସାହୁ,ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ,ଦେଓଗାଁ ବ୍ଲକ ଅଧ୍ୟକ୍ଷ ମଣ୍ଟୁ ଖମାରୀ,ବିଜେଡ଼ି ନେତା ଲୋଟସ ଷଡ଼ଙ୍ଗୀ,କଂଗ୍ରେସ ଯୁବ ନେତା ଆକବର ଖାନ୍,ମୁଖ୍ୟ ବକ୍ତାଭାବେ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ,ସଂଗଠନର ଉପଦେଷ୍ଟା ମଣ୍ଡଳୀ ଟୁନା ମିଶ୍ର,କିଶୋର ରଥ,ଉତ୍ତମ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବଲାଙ୍ଗୀର ଜଗତ ବନ୍ଧୁ ଶିକ୍ଷା ନିକେତନ ସାଲେପାଲି, ପାର୍ବତୀଗିରି ଆଶ୍ରମ ପଥରଚେପା,ଆଦ୍ୟାଶା ଆଶ୍ରମ ପଥରଚେପା ଅନ୍ଧ,ମୁକ,ବଧିର ସେବା ନିକେତନ୍ ଶିବତଲା,ତରଭା ର ଶତାଧିକ ଛାତ୍ର ଛାତ୍ରୀ ଏଥିରେ ସାମିଲ ହୋଇଥିଲେ।ତେବେ ଭିନ୍ନକ୍ଷମ ଶିଶୁ ମାନଙ୍କ ପାଇଁ ଏଠି ସାମିଲ ହୋଇଥିବା ଓଲିଉଡ ଷ୍ଟାର ବବି ମିଶ୍ର ଓ ସମ୍ବଲପୁରୀ ରକ୍ ଷ୍ଟାର ରୁକୁ ସୁନା ଓ ତାଙ୍କ ଟିମ୍ ଗୀତ ନାଚ ପରିବେଷଣ କରି ସମସ୍ତ ଙ୍କ ମନ ମୋହିନେଇଥିଲେ।
ସେହିପରି ଉପସ୍ଥିତ ହଜାର ହଜାର ଦର୍ଶକ,ବିଭିନ୍ନ ସଙ୍ଗଠନର ସଦସ୍ୟ ଏହି ସମର୍ପଣ ସନ୍ଧ୍ୟାରେ ସମ୍ବଲପୁରୀ ସଙ୍ଗୀତର ବେଶ ମଜା ଉଠାଇ ଥିଲେ।
ବଲାଙ୍ଗୀର ସ୍ଵେଛା ସେବି ସଂଗଠନ ଦୀର୍ଘ ବର୍ଷ ହେବ ସମାଜ ସେବାରେ ନିଜକୁ ନିୟୋଜିତ କରି ଆସିଛି।ଯେଉଁଥିରେ ଗରିବ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦେଇ ଆସିଛି।
ସେହିପରି ଅସହାୟ ମୁହଁରେ ହସ ଫୁଟାଇବା ପାଇଁ ଏହି ସଂଗଠନ ଅନବରତ ଚେଷ୍ଟା ଜାରି ରଖି ସେବା ଯୋଗାଇ ଦେଇ ଆସିଛି।
ଜିଲ୍ଲା ଓ ଜିଲ୍ଲା ବାହାରେ ବିପଦ ଆପଦରେ ଲୋକଙ୍କ ପାଖରେ ସବୁ ବେଳେ ଛିଡା ହୋଇ ଏହି ସଂଗଠନ ନିଃସ୍ଵାର୍ଥପର ସେବା ଯୋଗାଇ ଦେଇ ଆସିଛି।ଲୋକଙ୍କ ନ୍ୟାର୍ଯ୍ୟ ଦାବି ପାଇଁ ମଧ୍ୟ ଲୋକଙ୍କ ସହ ଛିଡା ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930