Indus Valley Times

ଭିବି-ଜି ରାମ ଜି ଅଧିନିୟମ ଉପରେ ବୌଦ୍ଧରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ

 Breaking News

ଭିବି-ଜି ରାମ ଜି ଅଧିନିୟମ ଉପରେ ବୌଦ୍ଧରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ

ଭିବି-ଜି ରାମ ଜି ଅଧିନିୟମ ଉପରେ ବୌଦ୍ଧରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ
July 28
22:31 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୭ : ବିକଶିତ ଭାରତ– ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) VB-G RAM G ଅଧିନିୟମ– ୨୦୨୫ ସମ୍ପର୍କରେ ସରପଞ୍ଚ, ଜନପ୍ରତିନିଧି ଓ ପଞ୍ଚାୟତିରାଜ କର୍ମକର୍ତ୍ତାଙ୍କୁ ସଚେତନ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ବୌଦ୍ଧ ଜିଲ୍ଲା ପରିଷଦସ୍ଥ ପଞ୍ଚାୟତ ଭବନରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାଶ ମୁଖ୍ୟ ଅତିଥି ଏବଂ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଆଇନର ଉଦ୍ଦେଶ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଓ ପଞ୍ଚାୟତିରାଜ ଅନୁଷ୍ଠାନର ଭୂମିକା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।
ଜିଲ୍ଲାପାଳ କହିଥିଲେ ଯେ, ଏହି ଅଧିନିୟମ କେବଳ ରୋଜଗାର ସୃଷ୍ଟି ନୁହେଁ, ବରଂ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ବିକାଶ ଓ ସୁଶାସନକୁ ସୁଦୃଢ଼ କରିବାର ଏକ ପ୍ରମୁଖ ପଦକ୍ଷେପ।ଏଥିରେ ଶ୍ରମିକ ହିତାଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ ସଚେତନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଅତିଥିମାନେ ଏହି ଜନ କଲ୍ୟାଣକାରୀ ଯୋଜନା ଦ୍ୱାରା ଜନ ସାଧାରଣଙ୍କ ଯେମିତି ସୁବିଧା ହେବ ତା ଉପରେ ପ୍ରଶାସନ ଗୁରୁତ୍ୱ ଦେବା ପାଇଁ କହିଥିଲେ ।
ବୈଷୟିକ ଅଧିବେଶନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା (VGPP), ପରିବାର ପଞ୍ଜୀକରଣ, ୧୨୫ ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି, ସମ୍ପତ୍ତି ସୃଷ୍ଟି, ସାମାଜିକ ନିରୀକ୍ଷଣ, ଅଭିଯୋଗ ନିରାକରଣ ଏବଂ ବାୟୋମେଟ୍ରିକ, ଜିଓ-ଟ୍ୟାଗିଂ, ଏଆଇ ଆଧାରିତ ଯୋଜନା ପ୍ରସ୍ତୁତି ଭଳି ବିଷୟରେ ତାଲିମପ୍ରାପ୍ତ ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ। ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତିରାଜ ବିଭାଗର ଅଧିକାରୀ, ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀ,ବୈଷୟିକ ଅଧିକାରୀ ମାନେ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930