Indus Valley Times

ଭୁବନେଶ୍ବର ଆଇଆଇଟିର ପଞ୍ଚମ ମହଲାରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ

 Breaking News

ଭୁବନେଶ୍ବର ଆଇଆଇଟିର ପଞ୍ଚମ ମହଲାରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ବର ଆଇଆଇଟିର ପଞ୍ଚମ ମହଲାରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ
September 04
11:13 2024

ଭୁବନେଶ୍ୱର, ୪/୯ : ଭୁବନେଶ୍ୱର IIT କ୍ୟାମ୍ପସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ସେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିଲେ। ଛାତ୍ରୀ ଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି।
ଗତକାଲି ରାତି ପ୍ରାୟ ୧୧ଟା ସମୟରେ IIT କ୍ୟାମ୍ପସ ଭିତରେ ଥିବା ହଷ୍ଟେଲ ନିକଟରେ ଜୋରରେ ଶବ୍ଦ ହୋଇଥିଲା। ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ଦେଖିଲା ବେଳକୁ ଛାତ୍ରୀ ଜଣଙ୍କ ତଳେ ପଡ଼ିଥିଲେ। ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି।
ନିଜକୁ ଗୁଳି କରିଦେଲେ ଆଟଲାସ ସାଇକିଲ୍ସର ପୂର୍ବତନ ଅଧ୍ୟକ୍ଷ, ମିଳିଲା ସୁସାଇଡ୍ ନୋଟ୍ ତେବେ ଛାତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ। ଘଟଣା ବିଷୟରେ ପୁଲିସ ପରିବାର ଲୋକଙ୍କୁ ଖବର ଦେଇଛି। ଛାତ୍ରୀଙ୍କ ପରିବାର ଲୋକେ ଦିଲ୍ଲୀରୁ ଆସୁଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ପୁଲିସ ପଚରାଉଚରା ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930