Indus Valley Times

ଭୁବନେଶ୍ୱର : ଗ୍ୟାସ୍ ସିଲିଣ୍ଡର ଫାଟି ୨ଜଣ ଗୁରୁତର ଆହତ

 Breaking News

ଭୁବନେଶ୍ୱର : ଗ୍ୟାସ୍ ସିଲିଣ୍ଡର ଫାଟି ୨ଜଣ ଗୁରୁତର ଆହତ

July 25
11:48 2022

ଭୁବନେଶ୍ୱର, ୨୫/୭: ଭୁବନେଶ୍ୱର ସ୍ଥିତ ଆଇଗିଣିଆ କୁଲେଶ୍ୱରୀ ବସ୍ତିରେ ଗ୍ୟାସ୍ ସିଲିଣ୍ଡର ଫାଟି ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ରୋଷେଇ କଲାବେଳେ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ପରେ ପରିବାର ଲୋକ ସିଲିଣ୍ଡରଟିକୁ ରୋଷେଇ ଘରୁ ବାହାରକୁ ଆଣୁଥିଲେ।
ଏହି ସମୟରେ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା। ଏଥିରେ ପରିବାରର ୨ଜଣ ଆହତ ହୋଇଥିଲେ। ଜଣଙ୍କ ଗୋଡ଼ଟି ପୋଡ଼ି ଯାଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଗ୍ୟାସ ଲିକ୍ ହେବା ଯୋଗୁ ସିଲିଣ୍ଡରରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031