Legatus

ମଦ ସାମ୍ରାଜ୍ୟ ଉପରେ ଥମୁନି ରେଡ୍; ଢେଙ୍କାନାଳରେ ପଶିଲା ଆୟକର ଟିମ୍

 Breaking News

ମଦ ସାମ୍ରାଜ୍ୟ ଉପରେ ଥମୁନି ରେଡ୍; ଢେଙ୍କାନାଳରେ ପଶିଲା ଆୟକର ଟିମ୍

December 16
12:12 2023

କାମାକ୍ଷାନଗର,୧୬/୧୨: ଆଜି ବି ଦ୍ବିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମାଛିଆ ଗ୍ରାମରେ ଥିବା ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ୍ କମ୍ପାନିରେ ଆଇଟି ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି।ଟିକସ ଫାଙ୍କି ଅଭିଯୋଗରେ ଏଠାରେ ଆୟକର ଚଢ଼ଉ କରାଯାଉଛି।
ଗତକାଲି ଏଠାରେ ଚଢ଼ଉରେ ଆଇଟି ବିଭାଗର ଦୁଇଟି ଟିମ୍ ସାମିଲ ହୋଇଥିଲେ। ବିନା ଅନୁମତିରେ ଉକ୍ତ ବେସରକାରୀ କମ୍ପାନି ଆଲ୍କୋହଲ୍ ଓ ନନ୍ ଆଲ୍କୋହଲ୍ ପାନୀୟ ପ୍ରସ୍ତୁତ କରିବା ଓ ଏ ନେଇ ଟିକସ ଫାଙ୍କିବା ଅଭିଯୋଗ ପରେ ଏହି ଚଢ଼ଉ କରାଯାଇଥିବା କୁହାଯାଇଛି।
୨୦୧୨ ମସିହାରୁ ମାଛିଆ ଗ୍ରାମରେ ଶକ୍ତି ମଲ୍ଟଏୟାର୍ ଆଣ୍ଡ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ କାମ କରୁଛି। ଉକ୍ତ କମ୍ପାନିକୁ ସରକାରୀସ୍ତରରେ ମୁଖ୍ୟତଃ ଚାରୋଟି କାମ ପାଇଁ ଅନୁମତି ମିଳିଛି। ସେଗୁଡ଼ିକ ହେଲା ବ୍ଲିଣ୍ଡିଂ, ବଟଲିଂ, ଡିଷ୍ଟ୍ରିବ୍ୟୁସନ୍ ଓ ସେଲିଂ। ତେବେ ଏଠାରେ ବାହାରୁ ସ୍ପିରିଟ୍ ଅଣାଯାଇ ଆଲକୋହଲ୍ ଓ ନନ୍ ଆଲ୍କୋହଲ୍ ପାନୀୟ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା। ଏପରିକି ଏସବୁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିକ୍ରି କରାଯାଉଥିଲା।
ଉକ୍ତ ବେସରକାରୀ କମ୍ପାନି ଦୀର୍ଘ ଦିନ ହେବ ଟିକସ୍ ଫାଙ୍କି ଆସୁଥିବା ଅଭିଯୋଗ ପରେ ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟାରେ ଆଇଟି ବିଭାଗର ଦୁଇଟି ଦଳ ମାଛିଆ ଗ୍ରାମସ୍ଥିତ ଉକ୍ତ କମ୍ପାନିର ଏକ ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲେ। ସେଠାରେ ଆଇଟି ବିଭାଗ ପକ୍ଷରୁ କମ୍ପାନିର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ତେବେ ଏ ସଂପର୍କରେ ଉକ୍ତ କମ୍ପାନି ଓ ଆଇଟି ବିଭାଗ ମୁହଁ ଖୋଲି ନାହାନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31