Indus Valley Times

ମହାପ୍ରଭୁଙ୍କ କୃପାରୁ ଆମେ ସମସ୍ତେ ବାତ୍ୟାକୁ ସଫଳ ଭାବେ ମୁକାବିଲା କରିପାରିଲେ: ମୁଖ୍ୟମନ୍ତ୍ରୀ

 Breaking News

ମହାପ୍ରଭୁଙ୍କ କୃପାରୁ ଆମେ ସମସ୍ତେ ବାତ୍ୟାକୁ ସଫଳ ଭାବେ ମୁକାବିଲା କରିପାରିଲେ: ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କ କୃପାରୁ ଆମେ ସମସ୍ତେ ବାତ୍ୟାକୁ ସଫଳ ଭାବେ ମୁକାବିଲା କରିପାରିଲେ: ମୁଖ୍ୟମନ୍ତ୍ରୀ
October 25
11:23 2024

ଓଡ଼ିଶା, ୨୫/୧୦ : ‘ଆମେ ବାତ୍ୟା ‘ଦାନା’ର ସଫଳତାର ସହ ମୁକାବିଲା କରିଛୁ। ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ ଥିଲା, ଆମେ ଏଥିରେ ସଫଳତା ହାସଲ କରିଛୁ। ଦଳଗତ ଭାବେ କାମ କରିବା ଯୋଗୁ ବାତ୍ୟାର ସୁପରିଚାଳନା ହୋଇପାରିଲା ଓ ଏହାର ସୁଫଳ ରାଜ୍ୟବାସୀ ପାଇଛନ୍ତି ।’ ଆଜି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଆମେ ନିରବଚ୍ଛିନ ଭାବେ କାମ କରୁଥିବା ବେଳେ ଏଥିରେ ଅଭୂତପୂର୍ବ ସଫଳତା ହାସଲ କରିଛୁ।
ଦକ୍ଷ ଅଧିକାରୀମାନଙ୍କୁ ସ୍ପଟ୍‌କୁ ପଠାଯାଉଥିବା ବେଳେ ମନ୍ତ୍ରୀମାନେ ବି ବାତ୍ୟା ସ୍ଥଳରେ ଉପସ୍ଥିତ ଥିଲେ। କୌଣସି ବି ସ୍ଥାନରେ ଅପ୍ରିତିକର ଘଟଣା ଘଟିନି। ଖୁବ୍ ଶୀଘ୍ର କ୍ଷୟକ୍ଷତିର ଆକଳନ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ । ବିଭିନ୍ନ ବିଭାଗର ସମନ୍ୱୟ ଯୋଗୁ ବାତ୍ୟାର ସୁପରିଚାଳନା ହୋଇପାରିଛି। ଆଜି ସକାଳୁ ଲୋକେମାନେ ବାତ୍ୟା ଆଶ୍ରୟ ସ୍ଥଳରୁ ଘରକୁ ବାହୁଡ଼ିଲେଣି।
ବିଭିନ୍ନ ସ୍ଥାନରେ ପବନର ତିବ୍ରତା ହେତୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ଅପରାହ୍ନ ୧ଟା ସୁଦ୍ଧା ରାସ୍ତା ସଫା କାମ ସରିବ । ଏଥିସହ କିଛି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହୋଇଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳରେ ବିଜୁଳି ଯୋଗାଣ ସ୍ୱାଭାବିକ ହେବ । ୬ ହଜାର ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା ଆଶ୍ରୟ ସ୍ଥଳୀରେ ୧୬୦୦ ଶିଶୁ ଜନ୍ମ ନେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ।
ଗ୍ରାଉଣ୍ଡ ଜିରୋରେ ଦକ୍ଷ ଅଧିକାରୀଙ୍କ ସମେତ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି। ପୂର୍ବରୁ ଉକ୍ତ ଜିଲ୍ଲାମାନଙ୍କରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ସେଠାକୁ ପଠାଯାଇଥିବାରୁ ବାତ୍ୟା ପରିସ୍ଥିତିର ସଫଳତାର ସହ ମୁକାବିଲା ହୋଇପାରିଲା। ଗ୍ରାଉଣ୍ଡରେ ସ୍ଥିତି ତଦାରଖ କରୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ । ଗଣମାଧ୍ୟମର ଭୂମିକାକୁ ବି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930