Indus Valley Times

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତୀୟ କ୍ରିକେଟର, ବାରବାଟୀ ମ୍ୟାଚ୍ ପୂର୍ବରୁ ନେଲେ ଆଶୀର୍ବାଦ

 Breaking News

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତୀୟ କ୍ରିକେଟର, ବାରବାଟୀ ମ୍ୟାଚ୍ ପୂର୍ବରୁ ନେଲେ ଆଶୀର୍ବାଦ

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତୀୟ କ୍ରିକେଟର, ବାରବାଟୀ ମ୍ୟାଚ୍ ପୂର୍ବରୁ ନେଲେ ଆଶୀର୍ବାଦ
February 08
11:20 2025

ପୁରୀ, ୭/୨: କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ଏହା ହେବ ଦ୍ୱିତୀୟ ଗେମ୍‌। ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରମାନେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଜଗନ୍ନାଥଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ। କଡ଼ା ସୁରକ୍ଷାରେ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା।
ଗୁରୁବାର ନାଗପୁରରେ ପ୍ରଥମ ଦିନିକିଆ ଖେଳିବା ପରେ ଉଭୟ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ପାରମ୍ପରିକ ବାଦ୍ୟ ଓ ନୃତ୍ୟ ମଧ୍ୟରେ ଉଭୟ ଦଳକୁ ସ୍ବାଗତ କରାଯାଇଥିଲା। ସନ୍ଧ୍ୟା ୭ଟା ୪୦ ମିନିଟରେ ଭାରତ ଓ ଇଂଲଣ୍ଡ ଦଳ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୨ଟି ସ୍ବତନ୍ତ୍ର ବସ୍ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମେ ଫେୟାର ହୋଟେଲକୁ ଅଣାଯାଇଥିଲା।
ଉଭୟ ଦଳର ଖେଳାଳି ବିମାନବନ୍ଦର ଭିତରୁ ବସ୍‌ଯୋଗେ ବାହାରକୁ ଆସିଥିଲେ। ତେବେ କ୍ରିକେଟ ପାଇଁ ପାଗଳ ପ୍ରାୟ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ବିମାନ ବନ୍ଦରଠାରୁ ଆରମ୍ଭ କରି ବିଭିନ୍ନ ଛକରେ ରାସ୍ତାର ଦୁଇପାର୍ଶ୍ୱ ଏବଂ ମେ ଫେୟାର ହୋଟେଲ ନିକଟରେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ମ୍ୟାଚକୁ ସଫଳତାର ସହ ଆୟୋଜନ ପାଇଁ ସରକାରୀ ସ୍ତରରୁ ଆରମ୍ଭ କରି ଓଡ଼ିଶା କ୍ରିକେଟ ଆସୋସିଏଶନ ଓ ଟୁଇନ୍ ସିଟିର ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି।
ମ୍ୟାଚକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି।
ଖେଳାଳିମାନେ ଶୁକ୍ରବାର ହୋଟେଲରେ ବିଶ୍ରାମ ନେବାପରେ ଶନିବାର ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ ଯିବେ। ଉଭୟ ଦଳର ଖେଳାଳି ମେ ଫେୟାରରୁ ବାହାରି ଜାତୀୟ ରାଜପଥ ୧୬ ରସୁଲଗଡ ଦେଇ କଟକ ବାରବାଟୀ ଯିବାକୁ ରୁଟ ଲାଇନ ପ୍ରସ୍ତୁତ ହୋଇଛି।
ଚୂଡ଼ାନ୍ତ ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ ଇଂଲଣ୍ଡ ଦଳ ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ଏହାପରେ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଝାଳ ବୁହାଇବ ଟିମ୍ ଇଣ୍ଡିଆ। ଏହି ସମୟରେ ଉଭୟ ଦଳ ପଡ଼ିଆ ଓ ପିଚ୍ ନିରୀକ୍ଷଣ କରିବେ।
ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବାରୁ ଏଠାରେ ସେହି ପ୍ରଦର୍ଶନ ଦୋହରାଇ ସିରିଜ ବିଜୟୀ ହେବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ନାଗପୁର ପରାଜୟର କାରଣ ଖୋଜି ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଇଂଲଣ୍ଡ। ଏଥିପାଇଁ ସେମାନେ ଏହି ନେଟ୍ସରେ ହିଁ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପଦେବେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930