Indus Valley Times

ମହିଳା ବାଥରୁମରେ ସ୍ପାଏ କ୍ୟାମେରା: ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା

 Breaking News

ମହିଳା ବାଥରୁମରେ ସ୍ପାଏ କ୍ୟାମେରା: ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା

ମହିଳା ବାଥରୁମରେ ସ୍ପାଏ କ୍ୟାମେରା: ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା
May 28
16:32 2026

ଜଗତସିଂହପୁର, ୨୮/୫ ଜଗତସିଂହପୁର ଜିଲ୍ଲା ଊଜଊଇ କାର୍ଯ୍ୟାଳୟରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। କାର୍ଯ୍ୟାଳୟର ମହିଳା ୱାସରୁମ ଭିତରୁ ଏକ ସିକ୍ରେଟ କ୍ୟାମେରା ମିଳିବା ପରେ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। କିଏ ଏହି କ୍ୟାମେରା ଲଗାଇଥିଲା ଏବଂ ଏହା ପଛରେ କଣ ଉଦ୍ଦେଶ୍ୟ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଗତ ୨୫ ତାରିଖରେ ଜଣେ ମହିଳା କର୍ମଚାରୀ ୱାସରୁମ ବ୍ୟବହାର କରୁଥିବା ବେଳେ ହଠାତ୍ ଏକ ଛୋଟ କ୍ୟାମେରା ଖସି ପଡ଼ିଥିଲା। ଏହାକୁ ଦେଖି ସେ ତୁରନ୍ତ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗତ ୨୬ ତାରିଖରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗ ପାଇବା ପରେ ତିର୍ତ୍ତୋଲ ପୁଲିସ କ୍ୟାମେରାଟିକୁ ଜବତ କରି ତାହାର ଟେକ୍ନିକାଲ ଯାଞ୍ଚ ଆରମ୍ଭ କରିଛି। ପୁଲିସ ଦଳ ଊଜଊଇ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିବା ବେଳେ, ଘଟଣାର ସତ୍ୟାସତ୍ୟ ଓ ଏହା ପଛରେ ଥିବା ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ତଦନ୍ତ ଜୋରଦାର କରାଯାଇଛି। ଏହି ଘଟଣା ମହିଳାଙ୍କ ସୁରକ୍ଷା ଓ ଗୋପନୀୟତାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031