Indus Valley Times

ମାତାଲ ବାପାର ଉନ୍ମତ୍ତକାଣ୍ଡ: କୁନି ପୁଅକୁ ଛାତ ଉପରୁ ଫିଙ୍ଗିଦେଲେ

 Breaking News

ମାତାଲ ବାପାର ଉନ୍ମତ୍ତକାଣ୍ଡ: କୁନି ପୁଅକୁ ଛାତ ଉପରୁ ଫିଙ୍ଗିଦେଲେ

ମାତାଲ ବାପାର ଉନ୍ମତ୍ତକାଣ୍ଡ: କୁନି ପୁଅକୁ ଛାତ ଉପରୁ ଫିଙ୍ଗିଦେଲେ
December 17
15:54 2022

ନୂଆଦିଲ୍ଲୀ,୧୭/୧୨: ସ୍ତ୍ରୀ ସହ ଝଗଡ଼ା ହେବାରୁ ୨ବର୍ଷୀୟ ପୁଅକୁ ୩ମହଲା ଉପରୁ ଫିଙ୍ଗିବା ସହ ଡେଇଁଲେ ଯୁବକ। ଦିଲ୍ଲୀରେ ଘଟିଛି ଏଭଳି ଘଟଣା। ଘଟଣା ପରେ ଭଭୟ ବାପା-ପୁଅଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଦୁହେଁ ଗୁରୁତର ଆହତ ହୋଇଥିବା କହିଛି ପୁଲିସ। ଶୁକ୍ରବାର ରାତିରେ ନୂଆଦିଲ୍ଲୀର କଲକାଜୀସ୍ଥିତ ଏକ ବସ୍ତିରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି।
ସୂଚନା ମୁତାବକ, ବିବାଦ ହେବାରୁ ମନ ସିଂ ଏବଂ ତାଙ୍କ ପତ୍ନୀ ପୂଜା ଗତ କିଛି ମାସ ଧରି ଅଲଗା ରହୁଥିଲେ। ସ୍ବାମୀଙ୍କ ସହ ଝଗଡ଼ା ହେବାରୁ ପୂଜା ନିଜ ଦୁଇ ପିଲାଙ୍କ ସହ କଲକାଜୀରେ ଥିବା ତାଙ୍କ ଜେଜେମା’ଙ୍କ ଘରେ ରହୁଥିଲେ। ଶୁକ୍ରବାର ରାତିରେ ମନ ସିଂ, ପତ୍ନୀ ପୂଜାଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏଥିରେ ରାଗିଯାଇ ମନ ସିଂ ନିଜ ପୁଅକୁ ବାଲକୋନୀକୁ ନେଇ ୨୧ଫୁଟ ତଳକୁ ଫିଙ୍ଗି ଦେଇଥିଲେ। ଏହା ପରେ ସେ ନିଜେ ଡେଇଁପଡ଼ିଥିଲେ।
ପୂଜାଙ୍କ ଜେଜେମା’ଙ୍କ ଅଭିଯୋଗ ଅନୁଯାୟୀ ମନ ସିଂହ ନିଶାଗ୍ରସ୍ତ ଥିବାରୁ ଏଭଳି କରିଥିଲେ। ତେବେ ଏହି ଘଟଣା ପରେ ମନ ସିଂଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ବୋଲି ପୁଲିସ କହିଛି। ଏମ୍ସରେ ଦୁହିଁଙ୍କ ଚିକିତ୍ସା ଚାଲୁଥିବା ବେଳେ ମନ ସିଂ ସୁସ୍ଥ ହେବା ପରେ ତାଙ୍କୁ ପୁଲିସ କଷ୍ଟଡିକୁ ନେଇ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031