Indus Valley Times

ମାର୍ଚ୍ଚ ୧ରୁ ଧର୍ମଶାଳା ମହୋତ୍ସବ ପଡ଼ିଆ,ତ୍ରିଦିବସୀୟ ପଞ୍ଚକୁଣ୍ଡୀୟ ଶ୍ରୀ ପୀତାମ୍ବରୀ ଶାକ୍ତ ମହାଯଜ୍ଞ ଆରମ୍ଭ

 Breaking News

ମାର୍ଚ୍ଚ ୧ରୁ ଧର୍ମଶାଳା ମହୋତ୍ସବ ପଡ଼ିଆ,ତ୍ରିଦିବସୀୟ ପଞ୍ଚକୁଣ୍ଡୀୟ ଶ୍ରୀ ପୀତାମ୍ବରୀ ଶାକ୍ତ ମହାଯଜ୍ଞ ଆରମ୍ଭ

ମାର୍ଚ୍ଚ ୧ରୁ ଧର୍ମଶାଳା ମହୋତ୍ସବ ପଡ଼ିଆ,ତ୍ରିଦିବସୀୟ ପଞ୍ଚକୁଣ୍ଡୀୟ ଶ୍ରୀ ପୀତାମ୍ବରୀ ଶାକ୍ତ ମହାଯଜ୍ଞ ଆରମ୍ଭ
February 28
17:28 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୮/୨ : ବିଶ୍ୱ କଲ୍ୟାଣ ଓ ବିଶ୍ୱଶାନ୍ତି କାମନାରେ ଧର୍ମଶାଳା ମହୋତ୍ସବ ପଡ଼ିଆ, ଜାରକା ଠାରେ ତ୍ରିଦିବସୀୟ ପଞ୍ଚକୁଣ୍ଡୀୟ ଶ୍ରୀ ପୀତାମ୍ବରୀ ଶାକ୍ତ ମହାଯଜ୍ଞ ଆୟୋଜିତ ହେବ।
ଏହି ମହାଯଜ୍ଞ ୦୧ ମାର୍ଚ୍ଚ ୨୦୨୬ ରବିବାର ଠାରୁ ୦୪ ମାର୍ଚ୍ଚ ୨୦୨୬ ବୁଧବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ସାମ୍ବାଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି ।
ଧର୍ମଶାଳାର ଦେବୀଚରଣାଶ୍ରୀତ ଅଧିବାସୀମାନଙ୍କ ପକ୍ଷରୁ ଏହି ଯଜ୍ଞର ଆୟୋଜନ କରାଯାଇଛି। ପ୍ରଥମ ଦିନ ଅଙ୍କୁରାରୋପଣ, ଯଜ୍ଞଶାଳା ଶୋଧନ ଓ ମହାପୂଜା ଉନ୍ମୋଚନ କାର୍ଯ୍ୟ ହେବ।
ଦ୍ୱିତୀୟ ଦିନ ପ୍ରାତଃକାଳରେ ବ୍ରାହ୍ମଣୀ ନଦୀ ତଟରେ ସପ୍ତତୀର୍ଥ ଆବାହାନ ଓ ଜଳଶୋଭାଯାତ୍ରା ସହିତ ଯଜ୍ଞାଗ୍ନି ସ୍ଥାପନ କରାଯିବ। ସନ୍ଧ୍ୟାବେଳେ ଆରତି ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ।
ତୃତୀୟ ଦିନ ମହାସ୍ନାନ, ମହାପୂଜା ଓ ଚଣ୍ଡୀପାଠ ହେବା ସହିତ ଶେଷ ଦିନ ପ୍ରାତଃ ସୂର୍ଯ୍ୟପୂଜା, ଗୋପୂଜା ଓ ସନ୍ଧ୍ୟା ୭ଟାରେ ପୂର୍ଣ୍ଣାହୁତି ଦିଆଯିବ।
୦୨ ମାର୍ଚ୍ଚ ଠାରୁ ୦୪ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତିଦିନ ଦିନେ ୧୧ଟାରୁ ୩ଟା ଓ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।
ଆୟୋଜକମାନେ ସମସ୍ତ ଭକ୍ତବୃନ୍ଦଙ୍କୁ ଏହି ପବିତ୍ର ମହାଯଜ୍ଞରେ ସାମିଲ ହୋଇ ମା’ ପୀତାମ୍ବରୀଙ୍କ ଆଶୀର୍ବାଦ ଲାଭ କରିବାକୁ ଆହ୍ୱାନ ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦେବ ରାଜ ମିଶ୍ର, ପ୍ରଦୀପ ପରିଡା, ସବ୍ୟସାଚୀ ସୁନ୍ଦରରାୟ ଏବଂ ପଣ୍ଡିତ ଆଲୋକ ଚନ୍ଦ୍ର ପଣ୍ଡା ପ୍ରଭୁପାଦ ରଥ ଦେବାଶିଷ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930