Indus Valley Times

ମାସ ମାସ ଧରି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ : ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ

 Breaking News

ମାସ ମାସ ଧରି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ : ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ

ମାସ ମାସ ଧରି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ : ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ
June 13
18:12 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୩/୬: କନ୍ଧମାଳ ଜିଲ୍ଲା କ.ନୁଆଗାଁ ତହସିଲ ଅନ୍ତର୍ଗତ ଵଣ୍ଡଗୁଡ଼ା ପଞ୍ଚାୟତରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମାସ ମାସ ଧରି ଖୋଲୁ ନ ଥିବାରୁ ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ ହୋଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।
ଘଣ୍ଟା ଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କଲେ ବି ରାଜସ୍ୱ ଅଧିକାରୀଙ୍କ ଦେଖା ମିଳୁନାହିଁ । ଫଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଆଗରୁ ଲୋକେ ସବୁ ସୁବିଧା ପାଉଥିଲେ । କିନ୍ତୁ ଗତ କିଛି ମାସ ହେବ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏବେ ଲୋକେ ସରକାରୀ ସୁବିଧା ପାଇ ପାରୁନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ଵଣ୍ଡଗୁଡ଼ା ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ମାସ ମାସ ଧରି ବନ୍ଦ ରହୁଥିବା ବେଳେ ଗ୍ରାମବାସୀଙ୍କ ବିଭିନ୍ନ କାମ ବାବଦକୁ ସମ୍ପୃକ୍ତ ଅଧିକାରୀ ଲୋକଙ୍କୁ ଟଙ୍କା ମାଗୁଥିବା ମଧ୍ୟ ଅଭିଯୋଗ ହୋଇଛି ।
ବାସ୍ତବରେ ତୃଣମୂଳ ସ୍ତରରୁ ଜନସାଧାରଣଙ୍କ ସେବା କରିବା ପାଇଁ ସରକାର ସମ୍ପୃକ୍ତ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। କିନ୍ତୁ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଏବେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି ।
ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହି କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରି ଲୋକଙ୍କ ପାଇଁ କାମ କରୁଥିବା ଅଧିକାରୀଙ୍କୁ ଏଠାରେ ନିୟୋଜିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସେପଟେ ଏନେଇ କ.ନୁଆଗାଁ ତହସିଲଦାର ଆନନ୍ଦ କୁମାର ପଣ୍ଡାଙ୍କୁ ପଚାରିବାରୁ ନିଜ କର୍ମଚାରୀଙ୍କ ଦୋଷ ଲୁଚାଇବାକୁ ଯାଇ ନିଜ କର୍ମଚାରୀଙ୍କ ସପକ୍ଷରେ କହିବା ସହ ଅଧିକ କିଛି କହିବାକୁ ମନା କରିଦେଇଥିଲେ ।
ପରେ ଘଟଣା ସମ୍ପର୍କରେ ସବୁ ଜାଣି ମଧ୍ୟ କିଛି ନଜାଣିବା ଭଳି ମନ୍ତବ୍ୟ ଦେଇଛନ୍ତି । ସରକାର କହୁଛନ୍ତି ଆମ ସରକାର ଲୋକଙ୍କ ସରକାର ।
କିନ୍ତୁ ଏଠି ମାସ ମାସ ଧରି କାର୍ଯ୍ୟାଳୟରେ ତାଲା ଝୁଲୁଥିବା ବେଳେ ଲୋକେ ସେବା ପାଇବାରୁ ବଞ୍ଚିତ ଅଛନ୍ତି । ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ କ\’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।
ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ: ସର୍ଚ୍ଚ ଅପରେସନ ଜାରୀ
ବାଲିଗୁଡା, ୧୩/୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲ ଅଞ୍ଚଳରେ ମାଓ ସଙ୍ଗଠନ ଏକତ୍ରିତ ହେଉଥିବା ନେଇ ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ଖମଣଖୋଲ ପଞ୍ଚାୟତର କାନିବାଲି ଗାଁ ନିକଟସ୍ଥ ଜଙ୍ଗଲରେ ଖମନଖୋଲ ସ୍ଥିତ ବିଏସଏଫ ୧୩୬ ବାଟାଲିୟନ ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ମିଳିଛି ଏକ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିବା ପରେ ମାଓ ସଙ୍ଗଠନକୁ ଲାଗିଲା ଶକ୍ତ ଧକ୍କା । ଏହି ସର୍ଚ୍ଚ ଅପରେସନ ବେଳେ ସମ୍ପୃକ୍ତ ଜଙ୍ଗଲରୁ ୮ଟି ଡିଟୋନେଟର, ୯ ଟି ପେକେଟ ଜିଲୋଟିନ୍ ରୋଲ୍, ୨ଟି ବ୍ୟାଟେରୀ,୧୦ ମିଟର ଇଲେକ୍ଟ୍ରି ତାର, ଗୋଟିଏ ପାଓ୍ବାର ବ୍ୟାଙ୍କ ସମେତ ରାସନ୍ ସାମଗ୍ରୀ ଓ ବାସନ କୁସନ ମଧ୍ୟ ଜବତ କରିଛି ବିଏସଏଫ ।
ଜବତ ସମସ୍ତ ସାମଗ୍ରୀ ଗୁଡ଼ିକୁ ବିଏସଏଫ ବାଲିଗୁଡ଼ା ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ବର୍ତ୍ତମାନ ସମୟରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।
ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ: ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର: ପୋଲିସ ର ଛାନବିନ ଆରମ୍ଭ
କନ୍ଧମାଳ, ୧୩/୬ : ଯୁବକଙ୍କୁ ପଥରେ ଛେଚି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତର ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଭୃଙ୍ଗିଯୋଡି ବିଦେଶୀ ମଦ ଦୋକାନ ମଝିରେ ରାସ୍ତା କଡରୁ ଯୁବକଙ୍କ ମୃତଦେହ ଜବତ କରିଛି ପୁଲିସ।
ରକ୍ତ ଜୁଡୁବୁଡୁ ହୋଇ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା କିଛି ଲୋକେ ଦେଖିବାରୁ ଫିରିଙ୍ଗିଆ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।
ମୃତ ଯୁବକ ନୂଆପଦର ପଞ୍ଚାୟତ ଜାର୍ଗୀପଡ଼ା ଗାଁର ପ୍ରଭାତ ମଲିକ ଏବଂ ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି। ମୃତଦେହ ନିକଟରେ ଏକାଧିକ ପଥର ପଡ଼ିଥିବା ବେଳେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
ପୁଲିସ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧନୀ କୁକୁର ସହାୟତାରେ ତଦନ୍ତ କରିଛି। ଫିରିଙ୍ଗିଆ ଥାନା ଅଧିକାରୀ ଗୋପିନାଥ ପ୍ରଧାନ, ଏସଆଇ ଦୀପକ ରାଉତ, ଏଏସଆଇ ଶ୍ରୀକାନ୍ତ ପାତ୍ର ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ପ୍ରଭାତ ଗତ ବୁଧବାର ସକାଳ ୯ ଟାରୁ ଘରୁ ନିଜର ଏକ ସାଇକେଲ ଧରି କେଉଁଆଡେ ଯାଇଥିଲେ। ପରେ ଘରକୁ ଫେରି ନ ଥିବା ପରିବାର ଲୋକେ କହିଛନ୍ତି।
ଗୁରୁବାର ସକାଳେ ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। କେଉଁ କାରଣରୁ ପ୍ରଭାତଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ।
ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମା’ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930