Legatus

ମୋ ଜଙ୍ଗଲ ଜମି ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

 Breaking News

ମୋ ଜଙ୍ଗଲ ଜମି ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

February 17
19:57 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୭/୨ : ବୌଦ୍ଧ ଠାରେ ଶୁକ୍ରବାର ଦିନ ମୋ ଜଙ୍ଗଲ ଜମି ଯୋଜନା ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଅଛି ।  DWO ସୂର୍ଯ୍ୟ ନାରାୟଣ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର ଅତିଥି ଭାବେ ଯୋଗଦେଇଥିଲେ ।ଏକ୍ସପର୍ଟ ଭାବେ ବାଳକୃଷ୍ଣ ସାହୁ, ପ୍ରଦୀପ ମହାରଣା, ଲିଙ୍ଗରାଜ ମହାକୁଡ଼ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସରକାରଙ୍କ ମୋ ଜଙ୍ଗଲ ଜମି ଯୋଜନାର କାର୍ଯ୍ୟକାରିତା, ହିତାଧିକାରୀ ଚୟନ, ଜଙ୍ଗଲ ଜମି ର ଚୟନ କରାଯିବା ସଂପର୍କରେ ବକ୍ତାମାନେ ମତପ୍ରଦାନ କରିଥିଲେ । ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନ୍ତର୍ଗତ ମୋ ଜଙ୍ଗଲ ଜମି ଯୋଜନାରେ ଆଦିବାସୀ ଓ ଅଣ ଆଦିବାସୀମାନେ ଜଙ୍ଗଲ ଜମି ଅଧିକାର କରୁଛନ୍ତି ଓ ଜୀବିକା ପାଇଁ ଏହା ଉପରେ ନିର୍ଭର କରୁଛନ୍ତି ସେମାନଙ୍କୁ ନିୟମ ଅନୁସାରେ ଏହି ଜଙ୍ଗଲ ଜମିର ଅଧିକାରୀ ସ୍ଵତ ପ୍ରଦାନ କରାଯିବା ଉପରେ ଆଲୋକପାତ କରିଥିଲେ ।
କର୍ମଶାଳାରେ ତହସିଲଦାର, ଅତିରିକ୍ତ ତହସିଲଦାର , ଜଙ୍ଗଲ ବିଭାଗ ଓ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଙ୍କ ସମତେ ଅନ୍ୟ ବୁଦ୍ଧିଜିବିମାନେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31