Indus Valley Times

ମୋକିମ୍‌ଙ୍କ ବଡ଼ ଘୋଷଣା: ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ

 Breaking News

ମୋକିମ୍‌ଙ୍କ ବଡ଼ ଘୋଷଣା: ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ

ମୋକିମ୍‌ଙ୍କ ବଡ଼ ଘୋଷଣା: ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ
January 10
12:12 2026

କଟକ ୧୦/୧: ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ । ନୂଆ ଦଳ ଗଠନ ନେଇ ସୂଚନା ଦେଲେ ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ୍ । ମୋକିମ୍ କହିଛନ୍ତି ‘ନୂଆ ଦଳ ନେଇ ସମୀକରଣ ଚାଲିଛି ।
ପୂରା ରାଜ୍ୟରୁ ମତାମତ ନିଆଯାଉଛି’ । ‘ବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଅନେକ ପରାମର୍ଶ ଆବଶ୍ୟକ’ ବୋଲି ସେ ସ୍ପଷ୍ଟ କରିଥିଲେ । ‘ପର୍ଯ୍ୟାୟ କ୍ରମେ ଆଗକୁ ବଢୁଛୁ, ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟବସ୍ଥା ହୋଇ ସାରିଥିବ ।
ନୂଆ ରାଜନୈତିକ ଦଳର ଭିତ୍ତିଭୂମି ପଡ଼ିବ ବୋଲି ରୋକ୍‌ଠୋକ ଶୁଣାଇଛନ୍ତି । ‘ଆସନ୍ତା ୧୨ ତାରିଖ ଯୁବ ସମାବେଶରେ ଏକାଠି ହେବେ ଯୁବକ ।
ଖାସ୍ କରି ‘ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ । ଓଡ଼ିଶାର ଭବିଷ୍ୟତ ନେଇ ଏହି ସମାବେଶରେ ଆଲୋଚନା କରାଯିବ । ପରବର୍ତ୍ତୀ ସମୟରେ ମହିଳା ସମ୍ମିଳନୀ ହେବ ଆମେ ଚାଷୀଙ୍କୁ ଭେଟିବୁ । ‘ଏଜେଣ୍ଡା ଓ ଆମ କର୍ତ୍ତବ୍ୟ କଣ ହେବା ଉଚିତ୍ ପ୍ରସ୍ତୁତ କରି ସାମ୍ନାକୁ ଆସିବୁ ବୋଲି ସେ ଶୁଣାଇଛନ୍ତି ।
୧-ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମଙ୍କ ବଡ଼ ସୂଚନା
୨-ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ମୋକିମ୍
୩-‘ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି’
୪-‘ଆସନ୍ତା ୧୨ ତାରିଖ ଯୁବ ସମାବେଶରେ ଏକାଠି ହେବେ ଯୁବକ’
୫-‘ଉପକୂଳ ଓଡ଼ିଶାର ଅନେକ ଯୁବ ନେତା ଏକାଠି ହେବେ
ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଅଣ୍ଟା ଭିଡୁଛନ୍ତି ବରିଷ୍ଠ ନେତା ମହମ୍ମଦ ମୋକିମ। ଏଥିପାଇଁ ସେ ଦଳର ଆଭିମୁଖ୍ୟ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି। ପୂର୍ବରୁ ମୋକିମ କହିଥିଲେ ଯେ, ଆଗାମୀ ଦିନରେ ଜାତୀୟ ଯୁବ ଦିବସରେ ନୂଆ ଦଳର ମୂଳଦୁଆ ପଡିବ ।
ମାର୍ଚ୍ଚ ଶେଷ ସପ୍ତାହରେ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇ ନୂଆ ଦଳ ଘୋଷଣା ହେବ । ଦଳର ସଦସ୍ୟ ଓ ନେତୃତ୍ୱକୁ ନେଇ ମୋକିମ କହିଛନ୍ତି ଯେ, ଉପକୂଳ ଜିଲ୍ଲାର ସମସ୍ତ ଯୁବନେତା ଏକାଠି ହେବେ । ଦଳରେ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯିବ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930