Legatus

ମୋଦି ଗ୍ୟାରେଣ୍ଟି ପାଇଁ ବିଜେପିର ସାମ୍ବାଦିକ ସମ୍ମିଳନୀ

 Breaking News

ମୋଦି ଗ୍ୟାରେଣ୍ଟି ପାଇଁ ବିଜେପିର ସାମ୍ବାଦିକ ସମ୍ମିଳନୀ

ମୋଦି ଗ୍ୟାରେଣ୍ଟି ପାଇଁ ବିଜେପିର ସାମ୍ବାଦିକ ସମ୍ମିଳନୀ
May 10
09:58 2024

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୦/୫: ନୟାଗଡ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରଜେଶ୍ୱରୀ ଙ୍କ ନେତୃତ୍ୱ ରେ ନୟାଗଡ ର ଗୋଦାବରୀ କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।
ଏହି ସାମ୍ବାଦିକ ସମ୍ମିଳନୀ ରେ ରଣପୁର ବିଜେପି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ସୁରମା ପାଢ଼ୀ ଓ ବିଜେପି ମୁଖପାତ୍ର. ଉର୍ମିଳା ମହାପାତ୍ର ଉପସ୍ଥିତ ଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀ ରେ ମୋଦି ଗ୍ୟାରେଣ୍ଟି ଉପରେ ଆଲୋକପାତ କରିଥିଲେ ମୋଦି ଙ୍କ ଏହି ଇସ୍ତାହାର ରେ ସବୁ ବର୍ଗ ଲୋକମାନଙ୍କ ପାଇଁ ବ୍ୟବସ୍ଥା ରହିଥିବାର ଉର୍ମିଳା ମହାପତ୍ର ସୂଚନା ଦେଇଥିଲେ ।
ପ୍ରଧାମନ୍ତ୍ରୀ ମୋଦି ଙ୍କ ୧୦ ବର୍ଷ ର ସୁଶାସନ ରେ ଗରିବ କଲ୍ୟାଣ ଯୋଜନା ରେ ଭାରତବର୍ଷରେ ୮୦ କୋଟି ରୁ ଉର୍ଦ୍ଧ ଲୋକଙ୍କୁ ମାଗଣା ରାସନ, ଏବଂ ୫୦ କୋଟି ରୁ ଉର୍ଦ୍ଧ ନାଗରିକ ମାନଙ୍କୁ ଜନଧନ ଯୋଜନା ରେ ବ୍ୟାଙ୍କ୍ ସୁବିଧା ,୩୪ କୋଟି ନାଗରିକ ଙ୍କ ସ୍ବାସ୍ଥ୍ୟ ବିମା , ୪ କୋଟି ରୁ ଉର୍ଦ୍ଧ ନାଗରିକ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ,୧୪ କୋଟି ରୁ ଉର୍ଦ୍ଧ ପରିବାର ଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ , ଉଜ୍ଜଳା ଯୋଜନା ରେ ୧୦ କୋଟି ରୁ ଉର୍ଦ୍ଧ ମହିଳା ଙ୍କୁ ରନ୍ଧନ ଗ୍ୟାସ ଯୋଗାଣ ,ସ୍ୱଚ୍ଛ ଭାରତ ଅଭିଯାନ ରେ ୧୧ କୋଟି ପରିବାର ଙ୍କ ପାଇଁ ଶୌଚାଳୟ ନିର୍ମାଣ , ୯.୮କୋଟି ପରିବାର କୁ ବିଦ୍ୟୁତ୍ ଯୋଗାଣ ୧୧ କୋଟି କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ର ସହାୟତା , ଟ୍ରିପଲ ତକାଖ ଉଚ୍ଛେଦ , ଧାରା ୩୭୦ ଉଚ୍ଛେଦ ଆଦି କେତେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବା ବେଳେ ୨୦୨୪ ନିର୍ବାଚନ କୁ ଆଖିଆଗରେ ରଖି ବିଜେପି ତାର ମୋଦି ଗ୍ୟାରେଣ୍ଟି ଇସ୍ତାହାର ପ୍ରକାଶ କରିଛି । ଏହି ଇସ୍ତାହାର ରେ ସବୁବର୍ଗ ର ଲୋକମାନଙ୍କ ପାଇଁ ସୁବିଧା ରଖା ଯାଇଛି ।
ଯୁବକ ମାନଙ୍କ ପାଇଁ ମୁଦ୍ରା ଯୋଜନା କୁ ୨ ଗୁଣିତ କରାଯାଇଛି , ସରକାରୀ ପଦ ପଦବୀ ପୂରଣ ଏବଂ କ୍ରୀଡା କ୍ଷେତ୍ର ରେ ଅଲମ୍ପିକ୍ସ କୁ ଅଧିକ ଗୁରୁତ୍ଵ ଦିଆଯିବା ।
କୃଷକ ମାନଙ୍କ ପାଇଁ ଧାନ କ୍ଵିଣ୍ଟାଲ ର ଦର ୩୧୦୦ କୁ ବୃଦ୍ଧି , ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ରେ ୫୦ ହଜାର ଟଙ୍କା ପ୍ରଦାନ ,ସାଧାରଣ ଚିଟଫଣ୍ଡ ରେ ବୁଡି ରହିଥିବା ଟଙ୍କା ପ୍ରଦାନ , ସ୍ବାସ୍ଥ୍ୟ କ୍ଷେତ୍ର ରେ ଉର୍ଣ୍ଣତି କରଣ ଓ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କରାଯିବା ଆଦି ଅନ୍ତର୍ଭୁକ୍ତ ହେଇଛି।ଏହି ସମ୍ମିଳନୀ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ନୂତନ ଓ ବିକଶିତ ଭାରତ ଗଢିବାର ସ୍ବପ୍ନ କୁ ନୟାଗଡ ରେ ମଧ୍ୟ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିବାପାଇଁ ପ୍ରତ୍ୟୁଷା ରଜେଶ୍ୱରି ମତ ପ୍ରକାଶ କରିଥିଲେ ।
ବିଜେପି ଓଡ଼ିଶାରେ ସରକାର ଗଢିଲେ ୩ମାସ ମଧ୍ୟରେ ନୟାଗଡ ରେ ନୂତନ ଚିନି କାଳ ସ୍ଥାପନ କରିବାପାଇଁ ପ୍ରତିଶୃତି ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31