Indus Valley Times

ମୌସୁମୀ ମୁକାବିଲା ପାଇଁ ଟିପିଏନଓଡିଏଲର ପ୍ରସ୍ତୁତି

 Breaking News

ମୌସୁମୀ ମୁକାବିଲା ପାଇଁ ଟିପିଏନଓଡିଏଲର ପ୍ରସ୍ତୁତି

ମୌସୁମୀ ମୁକାବିଲା ପାଇଁ ଟିପିଏନଓଡିଏଲର ପ୍ରସ୍ତୁତି
July 15
18:53 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୧୫/୭ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ମୌସୁମୀ ବର୍ଷା ପ୍ରସ୍ତୁତି ଅଭିଯାନର ପଦକ୍ଷେପ ସ୍ୱରୂପ ବିଭିନ୍ନ ବୈଦ୍ୟୁତିକ ସୁରକ୍ଷା ପଦକ୍ଷେପ ପ୍ରତି ଗୁରୁତ୍ଵ ଦିଆଯାଇଛି।
ମୌସୁମୀ ଋତୁରେ ଉପଭୋକ୍ତାଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଟିପିଏନ୍ଓଡିଏଲ୍ ଲକ୍ଷ୍ୟ ରଖିଥିବା ବେଳେ ଉପଭୋକ୍ତା, କର୍ମଚାରୀଙ୍କ ପାଇଁ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି। ସଚେତନ ଓ ଦାୟିତ୍ବବାନ ଆଭିମୁଖ୍ୟ ଗ୍ରହଣ କରିବା ଲାଗି କମ୍ପାନି ପକ୍ଷରୁ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଇଛି।
ମୌସୁମୀ ଋତୁରେ ଦେଖାଦେଉଥିବା ବିଦ୍ୟୁତ୍ ଜନିତ ଘଟଣାଗୁଡ଼ିକୁ ନଜରରେ ରଖି କେତେକ ସରଳ ପ୍ରତିଷେଧମୂଳକ ପଦକ୍ଷେପ ଘୋଷଣା ମଧ୍ୟ କରାଯାଇଛି। ଏହା ଦ୍ଵାରା ବର୍ଷା ଋତୁରେ ବିଦ୍ୟୁତ୍ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ଓ ଧନଜୀବନ ସୁରକ୍ଷିତ ରହି ପାରିବ ।
ଜଳମଗ୍ନ କିମ୍ବା ମିଟର କ୍ୟାବିନ୍‌ରେ ଲିକେଜ୍ ଭଳି ଘଟଣାରେ ମେନ୍ ସୁଇଚକୁ ବନ୍ଦ କରିବା, ଓୟାରିଂରେ କିଛି ପରିବର୍ତ୍ତନ ହୋଇଥିଲେ ତାକୁ ଭଲ ଭାବେ ଯାଞ୍ଚ କରିବା, ଜଣେ ଲାଇସେନ୍ସପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କ ଦ୍ଵାରା ତାହା ପରୀକ୍ଷା କରିବାକୁ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଇଛି।
କୌଣସି ବିଦ୍ୟୁତ୍ ଭିତ୍ତିଭୂମିକୁ ଓଦା ହାତରେ ସ୍ପର୍ଶ ନ କରିବା, ଅନୁମୋଦିତ ଲୋଡ୍‌ଠାରୁ ଅଧିକ ବିଦ୍ୟୁତ୍ ବ୍ୟବହାର ନ କରିବାକୁ ମଧ୍ୟ କୁହାଯାଇଛି।
ମୌସୁମୀ ଋତୁରେ ତଳେ ପଡ଼ିଥିବା ବିଦ୍ୟୁତ୍ ତାର ଉପରେ ଗାଡ଼ି ନ ଚଲାଇବା, ଷ୍ଟ୍ରିଟ୍‌ଲାଇଟ୍ ଖୁଣ୍ଟ କିମ୍ବା ବଣ୍ଟନ ସ୍ତମ୍ଭରେ ଯଦି କୌଣସି ସ୍କାର୍କ ଦେଖାଯାଉଛି; ତେବେ ତାକୁ ସ୍ପର୍ଶ ନ କରି ଉପଭୋକ୍ତା ସହାୟତା ନମ୍ବରରେ ଯୋଗାଯୋଗ କରିବାକୁ ଟିପିଏନ୍ଓଡିଏଲ୍ ପକ୍ଷରୁ ଦର୍ଶାଯାଇଛି।
ସେହିପରି ସମସ୍ୟାଗୁଡ଼ିକର ତ୍ବରିତ ସମାଧାନ ସହିତ ଯେକୌଣସି ପ୍ରକାର ଅଭାବନୀୟ ଘଟଣାର ସୂଚନା ଦେବା ଲାଗି ଟିପିଏନ୍‌ଓଡିଏଲ୍ ପକ୍ଷରୁ ଏହାର ଗ୍ରାହକ ସେବା କେନ୍ଦ୍ରରେ ବ୍ୟାପକ ଉନ୍ନତି ଅଣାଯାଇଛି। ବିଦ୍ୟୁତ ସେବା ସମ୍ପର୍କିତ ଯେ କୌଣସି ସହାୟତା ପାଇଁ ଉପଭୋକ୍ତା ସହାୟତା ନମ୍ବର ୧୮୦୦-୩୪୫-୬୭୧୮ କିମ୍ବା ୧୯୧୨କୁ କଲ୍ କରିବାକୁ ଟିପିଏନ୍ଓଡିଏଲ୍ ପକ୍ଷରୁ କୁହାଯାଇଛି।
ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ଗତ କିଛିବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ଏହି ଦିଗରେ ପ୍ରୟାସକୁ ଦ୍ଵିଗୁଣିତ କରିଛି । ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ତ୍ବରିତ ସମାଧାନ ଦିଗରେ ଗୁରୁତ୍ବ ଦେଇ କମ୍ପାନୀ ମୌସୁମୀ ଋତୁରେ ପ୍ରତିକୂଳ ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି। ଅପରେସନାଲ ସାମର୍ଥ୍ୟକୁ ବୃଦ୍ଧି କରିବା ସହିତ ଭିଭିଭୂମି ସୁଦୃଢ଼ୀକରଣ ଏବଂ ଅଧିକ ସମ୍ବଳ ନିୟୋଜିତ କରିବା ଦିଗରେ ମଧ୍ୟ ଟିପିଏନଓଡିଏଲ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930