Indus Valley Times

ଯାଜପୁରରେ ‘ବେଟି ବଚାଓ ବେଟି ପଢାଓ’ ସମ୍ପର୍କୀୟ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

 Breaking News

ଯାଜପୁରରେ ‘ବେଟି ବଚାଓ ବେଟି ପଢାଓ’ ସମ୍ପର୍କୀୟ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଯାଜପୁରରେ ‘ବେଟି ବଚାଓ ବେଟି ପଢାଓ’ ସମ୍ପର୍କୀୟ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ
September 13
08:45 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୩ /୯ : ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କୀୟ ଜିଲ୍ଲା ସ୍ତରୀୟ ଏକାଭିମୁଖୀ ବୈଠକ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।
ଜିଲ୍ଲାପାଳ ଶ୍ରୀ କର ନିଜ ଉଦବୋଧନରେ କହିଲେ, “ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ କେବଳ ଏକ ସରକାରୀ ଯୋଜନା ନୁହେଁ, ଏହା ସମାଜର ଚେତନାର ଏକ ଅଭିଯାନ। କନ୍ୟାଶିଶୁଙ୍କୁ ସୁରକ୍ଷା ଦେବା, ସେମାନଙ୍କୁ ଶିକ୍ଷାରେ ଆଗକୁ ନେବା ଏବଂ ସେମାନଙ୍କୁ ସ୍ୱାଧୀନ କରିବା ପାଇଁ ସମାଜରେ ସମସ୍ତଙ୍କ ଦାୟିତ୍ୱ” ।
ବେଟି ବଚାଓ ବେଟି ପଢାଓ ଯୋଜନାର ମୂଳ ସାରଥି ହେଉଛି, କନ୍ୟା ଶିଶୁଙ୍କ ଜନ୍ମରୁ ଆରମ୍ଭ କରି ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଜୀବନର ପ୍ରତ୍ୟେକ ପଦକ୍ଷେପରେ ସମାନ ସୁଯୋଗ ଦେବା।
ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଯୋଗଦେଇ କନ୍ୟା ସନ୍ତାନଙ୍କ ସୁରକ୍ଷା, କନ୍ୟାଭ୍ରୁଣ ହତ୍ୟା ରୋକିବା ନିମନ୍ତେ ପିସି ପି ଏନ ଡି ଟି ଆକ୍ଟ ଉପରେ ବକ୍ତବ୍ୟ ରଖିଥିଲେ।
ଉକ୍ତ ବୈଠକରେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ବିଭାଗ) ଡ଼ଃ ଗୋପାଳ ଚନ୍ଦ୍ର ମଲ୍ଲିକ ୨୦୧୧ ଜନଗଣନା ଓଡ଼ିଶାର ତଥ୍ୟ ଅନୁଯାୟୀ ସମ୍ପୂର୍ଣ୍ଣ ବିବରଣୀ ଆଲୋଚନା କରିଥିଲେ। ନୟାଗଡ଼ରେ କନ୍ୟା ସନ୍ତାନ ମାନଙ୍କ ଅନୁପାତ ପ୍ରତି ହଜାରରେ ୭୮୬ ଯାହାକି ସର୍ବନିମ୍ନ ବୋଲି କହିଥିଲେ।
ଯାଜପୁର ଜିଲ୍ଲାରେ କନ୍ୟା ସନ୍ତାନ ମାନଙ୍କ ସଂଖ୍ୟା ପ୍ରତି ୧୦୦୦ ରେ ୯୧୧ ଥିବାବେଳେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ହିସାବରେ ଏହି ଅନୁପାତ ପ୍ରତି ୧୦୦୦ ରେ ୯୮୫ ରହିଛି।ସେହିପରି ଓଡ଼ିଶାରେ ପ୍ରତି ୧୦୦୦ ରେ ମହିଳାଙ୍କ ସଂଖ୍ୟା ୯୪୦ ରହିଛି ଯାହାକି ଭାରତର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ଭଲ ପ୍ରଦର୍ଶନ କରୁଛି ବୋଲି କହିଥିଲେ।
ଉକ୍ତ ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରଭାତୀ ସାହୁ ପ୍ରାରମ୍ଭରେ ସ୍ବାଗତ ସୂଚନା ଦେବା ସହ କହିଲେ କନ୍ୟାଟିଏ ଆମର ଅମୂଲ୍ୟ ରତ୍ନ ତାହାର ଯତ୍ନ, ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ।
ଝିଅମାନେ କିପରି ପୁଅ ମାନଙ୍କ ସହିତ ସମାନ ହୋଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ।କନ୍ୟା ଭ୍ରୁଣହତ୍ୟା ରୋକିବା ନିମନ୍ତେ ସଚେତନତାର ଆବଶ୍ୟକତା ରହିଛି ଯାହାଦ୍ଵାରା କନ୍ୟା ସନ୍ତାନ ସଂଖ୍ୟା ଅନୁପାତ ବଢ଼ାଯାଇପାରିବ। ଗ୍ରାମଞ୍ଚଳରେ ବିଶେଷ ସଚେତନତା ଶିବିର, ଶିକ୍ଷାଳୟ ସ୍ତରରେ କନ୍ୟାଶିଶୁ ସୁରକ୍ଷା କାର‌୍ୟ୍ୟକ୍ରମ ଓ ପ୍ରଚାର-ପ୍ରସାର ଅଭିଯାନ ଆରମ୍ଭ କରିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଉକ୍ତ ବୈଠକରେ ଜିଲ୍ଲାରେ ବେଟି ବଚାଓ ବେଟି ପଢାଓ କାର‌୍ୟ୍ୟକ୍ରମକୁ ଆହୁରି ସଫଳ ଓ ପ୍ରଭାବଶାଳୀ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷତଃ କନ୍ୟାଶିଶୁଙ୍କ ଶିକ୍ଷା, ସୁରକ୍ଷା, ସଶକ୍ତିକରଣ ସହିତ ସମାଜରେ ଲିଙ୍ଗ ସମାନତା ସୁନିଶ୍ଚିତ କରିବା, କନ୍ୟା ଜନ୍ମ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ଗଢି ତୋଳିବା ଓ ବିଭିନ୍ନ ସରକାରୀ ଯୋଜନା ସମ୍ପ୍ରସାରଣରେ ରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଶ୍ରୀ ଦେବାଶିଷ ପ୍ରଧାନ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ସେଠୀ ରିସୋର୍ସ ପର୍ସନ ଭାବେ ଯୋଗଦେଇ ବେଟି ବଚାଓ ଓ ବେଟି ପଢ଼ାଓ ଉପରେ ବକ୍ତବ୍ୟ ରଖିଥିଲେ।
ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ମହିଳା ଓ ଶିଶୁକଲ୍ୟାଣ ବିଭାଗର ସିଡିପିଓ, ସୁପରଭାଇଜର ଚିକିତ୍ସା ଅଧିକାରୀ, ସମାଜସେବୀ ସଂଗଠନ ପ୍ରତିନିଧି, ଶିକ୍ଷାବିଭାଗର ର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930