Indus Valley Times

ଯାଞ୍ଚ ହେବ ଚାଷୀଙ୍କ ର-EKYC , ପଞ୍ଜିକରଣକୁ ସରଳୀକରଣ କଲେ ରାଜ୍ୟ ସରକାର

 Breaking News

ଯାଞ୍ଚ ହେବ ଚାଷୀଙ୍କ ର-EKYC , ପଞ୍ଜିକରଣକୁ ସରଳୀକରଣ କଲେ ରାଜ୍ୟ ସରକାର

July 22
19:10 2025

ଭୁବନେଶ୍ୱର,୨୨/୭: ଭୁବନେଶ୍ୱର: ନକଲି ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସବୁ ଚାଷୀଙ୍କର EKYC ହେବ । ଋକଣଉ ମାଧ୍ୟମରେ ନକଲି ଚାଷୀ ଚିହ୍ନଟ ହୋଇ ପାରିବେ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ଖରିଫ ଧାନ ବିକିବାକୁ ପଞ୍ଜୀକରଣ ବେଳେ ର-EKYC କରାଯିବ । ଚାଷୀ ଫିଙ୍ଗର ପ୍ରିଣ୍ଟ ସହ ଆଖି ସ୍ପାନ କରାଇବେ । ଯାହାଫଳରେ ଯେଉଁ ନକଲି ଚାଷୀ ସରକାରଙ୍କର ବିଭିନ୍ନ ସୁବିଧା ପାଉଥିବେ ସେମାନେ ବଞ୍ଚିତ ହେବେ । ଦଲାଲି ରୋକିବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ପଞ୍ଜୀକରଣ ପ୍ରକ୍ରିୟା ଗତ ୧୯ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର‌୍ୟ୍ୟନ୍ତ ଚାଲିବ ।
ସମସ୍ୟା ଉପୁଜିବା ପରେ ଚାଷୀ ପଞ୍ଜୀକରଣକୁ ସରକାର ସରଳ କରିଛନ୍ତି। ବାପା କିମ୍ବା ଜେଜେ ବାପାଙ୍କ ନାଁରେ ଜମି ଥିଲେ ବି ପୁଅ ଚାଷୀ ପଞ୍ଜୀକରଣ କରିପାରିବେ।
ଯିଏ ଯେଉଁ ଜମିରେ ଚାଷ କରୁଥିବେ ସେତିକିରେ ପଞ୍ଜୀକରଣ କରିପାରିବେ। ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି, ଅନ୍ୟ ଭାଇ ସ୍ବୀକୃତିନାମା ଦେବେ। ସ୍ବୀକୃତିନାମା ଦେଇ ସବୁ ଜମି ପାଇଁ ପଞ୍ଜୀକଣ କରିପାରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ଏହି ବଡ଼ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031