Indus Valley Times

ରାଜଧାନୀ ଘରଭଡ଼ା ଦେବା ନାଁରେ ଡେଣ୍ଟିଷ୍ଟଙ୍କୁ ଚୂନ ଲଗାଇଲେ ଦଲାଲ

 Breaking News

ରାଜଧାନୀ ଘରଭଡ଼ା ଦେବା ନାଁରେ ଡେଣ୍ଟିଷ୍ଟଙ୍କୁ ଚୂନ ଲଗାଇଲେ ଦଲାଲ

December 07
17:10 2024

ଭୁବନେଶ୍ୱର, ୭/୧୨ : ରାଜଧାନୀ ଘରଭଡ଼ା ଦେବା ନାଁରେ ଡେଣ୍ଟିଷ୍ଟଙ୍କୁ ଚୂନ ଲଗାଇଲେ ଦଲାଲ। ଘରଭଡ଼ା ଦେବାକୁ କହି ୨ମାସର ଅଗ୍ରୀମ ଟଙ୍କା ନେଇଗଲା। ହେଲେ ଶେଷରେ ନାଁ ଘର ମିଳିଲା, ନାଁ ଟଙ୍କା ଫେରିପାଇଲେ ଡେଣ୍ଟିଷ୍ଟ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଡେଣ୍ଟିଷ୍ଟ ଜ୍ୟୋତିପ୍ରକାଶ ସାହୁ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି।
ଯାଜପୁରରୁ ଆସିଥିବା ଜ୍ୟୋତି ପ୍ରକାଶ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଇଣ୍ଟର୍ନସିପ ପାଇଁ ଆସିଥିଲେ। ରାସ୍ତାକଡ଼ରେ ଲାଗିଥିବା ଏକ ଟୁଲେଟ ପୋଷ୍ଟର ଉପରେ ତାଙ୍କର ନଜର ପଡ଼ିଥିଲା। ଟୁଲେଟ ପୋଷ୍ଟରେ ଲାଗିଥିବା ମୋବାଇଲ ନମ୍ବରରେ କଲ୍ କରିଥିଲେ ଡେଣ୍ଟିଷ୍ଟ। ଜଣେ ବ୍ୟକ୍ତି ତାଙ୍କ କଲ୍ ଉଠାଇଥିଲେ।
ଡେଣ୍ଟିଷ୍ଟ ତାଙ୍କୁ ଘର ଭଡ଼ା ମିଳିବ କି ନାହିଁ ପଚାରିଥିଲେ। ନନ୍ଦନବିହାରରେ ଘର ଅଛି ବୋଲି ଦଲାଲ ତାଙ୍କୁ କହିଥିଲେ। ପରେ ଡେଣ୍ଟିଷ୍ଟଙ୍କୁ ନନ୍ଦନବିହାରରେ ଘର ଦେଖାଇଥିଲେ। ଡେଣ୍ଟିଷ୍ଟଙ୍କର ଘର ମଧ୍ୟ ପସନ୍ଦ ହୋଇଥିଲା। ପରେ ଡେଣ୍ଟିଷ୍ଟ ଘର ଭଡ଼ା ବାବଦକୁ ଦଲାଲଙ୍କୁ ୨ ମାସର ଅଗ୍ରୀମ ଦେଇଥିଲେ।
ପରେ ଡେଣ୍ଟିଷ୍ଟ ନିଜର ଜିନିଷ ପତ୍ର ନେଇ ଭଡ଼ା ଘରକୁ ରହିବାକୁ ଯାଇଥିଲେ। ହେଲେ ଘର ମାଲିକ ତାଙ୍କୁ ଜାଣିନାହାନ୍ତି ବୋଲି ମନା କରିଥିଲେ। ଦଲାଲ ତାଙ୍କୁ ୨ ମାସର ଅଗ୍ରୀମ ଟଙ୍କା ଦେଇ ନଥିବା ଘର ମାଲିକ କହିଥିଲେ।
ଏଥିସହ ଏହି ଘର କମରସିଆଲ ପ୍ରପୋଜରେ ଲଗାଇବେ ବୋଲି କହିଥିଲେ ଘର ମାଲିକ। ଘର ମାଲିକ କଥା ଶୁଣି ଡେଣ୍ଟିଷ୍ଟ ଦଲାଲକୁ ଫୋନ୍ କରିଥିଲେ। ଘର ଦେଖାଇବା ବାବଦକୁ ଏହି ଟଙ୍କା ନେଇ ଥିବା ଦଲାଲ ଡେଣ୍ଟିଷ୍ଟଙ୍କୁ କହିଥିଲେ। ଏନେଇ ଡେଣ୍ଟିଷ୍ଟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031