Indus Valley Times

ରାଜା ହତ୍ୟା ମାମଲା: ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରୁ ତଥ୍ୟ ସଂଗ୍ରହ କଲା

 Breaking News

ରାଜା ହତ୍ୟା ମାମଲା: ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରୁ ତଥ୍ୟ ସଂଗ୍ରହ କଲା

October 30
20:04 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୩୦/୧୦: ବୌଦ୍ଧ ସହରର ଯୁବ ବ୍ୟବସାୟୀ ରାଜା ହତ୍ୟାର ତଦନ୍ତ ଆରମ୍ଭ ହୋଇଛି । ଆଜି ଫୁଲବାଣୀରୁ ସାଇଣ୍ଟିଫିକ ଟିମ ଆସି ହତ୍ୟା ଘଟଣା ସ୍ଥଳରୁ ତଥ୍ୟ ସଂଗ୍ରହ କରିଛି । ବୌଦ୍ଧ ଏସପି ଭି. ରଘୁନାଥ ରାଓଙ୍କ ନେତୃତ୍ୱରେ ଏହି ଟିମ ପ୍ରଥମେ ରାଜାକୁ ହତ୍ୟା କରାଯାଇଥିବା ଜିମ୍ କୁ ଯାଇ ସେଠାରୁ ହତ୍ୟା କରାଯାଇଥିବା ସ୍ଥାନରୁ ରକ୍ତ ଛିଟା ଓ ଦାଗ ଦେଖିବାକୁ ପାଇଥିଲେ । ପରେ ରାଜାକୁ ହତ୍ୟାକରି ନଦୀ କୁଳରେ ପୋଡି ପାଣିକୁ ଫିଙ୍ଗି ଦିଆଯାଇଥିବା ସ୍ଥାନକୁ ଯାଇ ସେଠାରୁ ଦରପୁଡା ମାଂସ ଓ ହାଡ ସହ ରାଜା ପିନ୍ଧିଥିବା ପ୍ୟାଣ୍ଟର ଦରପୁଡା କପଡା ଟୁକୁରା ସଂଗ୍ରହ କରିଥିଲେ । ତେବେ ରାଜାକୁ ତାର ବଂଧୁ ମିଲନ ହତ୍ୟା କରିଥିବା ସ୍ପଷ୍ଟ ହୋଇଯାଇଛି କେବଳ ପ୍ରମାଣ ପାଇଁ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଏସପି ଶ୍ରୀରାଓ ପ୍ରକାଶ କରିଛନ୍ତି । ଏବଂ ଏହି ହତ୍ୟାକାଣ୍ଡର ଆହୁରି ଅନେକ କାରଣ ଓ ଅନ୍ୟ ବ୍ୟକ୍ତିଙ୍କ ସଂପୃକ୍ତିକୁ ମଧ୍ୟ ପୋଲିସ ତଦନ୍ତ ପରିସରରେ ରଖିଥିବା ସୁଚନା ଦେଇଥିଲେ । ଏଠାରେ ସୁଚନା ଯୋଗ୍ୟଯେ, ରାଜା ନାମକ ଏହି ଯୁବ ବ୍ୟବସାୟୀଙ୍କୁ ଅକ୍ଟୋବର ୧୧ ତାରିଖ ସଂଧ୍ୟାରେ ଘରୁ ଡାକିନେଇ ବଂଧୁ ମିଲନ ତାର ଜିମ୍ ଭିତରେ ହତ୍ୟାକରି ପେଟ୍ରୋଲ ପକାଇ ପୋଡି ମହାନଦୀକୁ ଫିଙ୍ଗିବା ଘଟଣା ପୋଲିସ ଘଟଣାର ୧୮ଦିନ ପରେ ଖୁଲାସା କରିଥିଲା । ଏହି ଟିମସହ ବୌଦ୍ଧ ଡିଏସପି ସାଲେଷ୍ଟନ୍ ଟିଗା ଓ ବୌଦ୍ଧ ଥାନା ଅଧିକାରୀ ତପସ୍ୱୀନି କହଁର ମଧ୍ୟ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031