Indus Valley Times

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ

 Breaking News

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ
April 02
12:41 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨/୪ : ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସାଂସ୍କୃତିକ ଓ ନାଟ୍ୟ ପରିଷଦ ତରଫରୁ ଆୟୋଜିତ ବାର୍ଷିକ ଉତ୍ସବ ବିଶ୍ବବିଦ୍ୟାଳୟର କ୍ରୀଡ଼ାପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି।
ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡକ୍ଟର ରାଜକିଶୋର ପାତ୍ର,ମାନବ ସମ୍ବଳ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ପ୍ରତାପ କୁମାର ଦାଶ,ମହାବିଦ୍ୟାଳୟ ଉନ୍ନ‌ୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ବିଘ୍ନେଶ ପ୍ରସାଦ ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନରେନ୍ଦ୍ର କୁମାର ରାଉତ,,ବିଶ୍ବବିଦ୍ୟାଳୟର ଉପ କୁଳସଚିବ ଶ୍ରୀ ବିଶ୍ବଜିତ ବେହେରା,କଳା ଓ ସାଂସ୍କୃତିକ ପରିଷଦର ଉପସଭାପତି ଡକ୍ଟର ସୁଶାନ୍ତ କୁମାର ପଣ୍ଡା,ସହଯୋଗୀ ଉପସଭାପତି ଡକ୍ଟର ଗଜେନ୍ଦ୍ର କୁମାର ପ୍ରଧାନ ଯୋଗଦାନ କରିଥିଲେ । ସଭାକାର୍ଯ୍ୟର ପ୍ରାରମ୍ଭରେ ପରିଷଦର ଉପସଭାପତି ଡକ୍ଟର ପଣ୍ଡା ଅତିଥି ପରିଚୟ ତଥା ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ମଞ୍ଚ ପରିଚାଳନା କରିଥିଲେ।
ବିଶ୍ବବିଦ୍ୟାଳୟର ଉପକୁଳସଚିବ ଶ୍ରୀ ବିଶ୍ବଜିତ ବେହେରା ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।ମୁଖ୍ୟ ଅତିଥି ପ୍ରଫେସର ମହାପାତ୍ର ତାଙ୍କ ଅଭିଭାଷଣରେ ଯୁବପିଢୀଙ୍କର କଳା,ସଂସ୍କୃତି ଓ ଭାସ୍କର୍ଯ୍ୟ ପ୍ରତି ରୁଚି ରହିବା ଉପରେ ପ୍ରାଧାନ୍ୟ ଦେଇଥିଲେ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡକ୍ଟର ପାତ୍ର ଛାତ୍ର ଜୀବନରେ ସାଂସ୍କୃତିକ ଏବଂ ସାହିତ୍ୟିକ କାର୍ଯ୍ୟକ୍ରମରେ ଭାଗ ନେବାରେ ଥିବା ଉତ୍ସାହ ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ଉନ୍ନ‌ୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ବିଘ୍ନେଶ ପ୍ରସାଦ ମିଶ୍ର ଆଜିର ଛାତ୍ରସମାଜ କଠିନ ପରିଶ୍ରମ,ସମାୟାନୁବର୍ତ୍ତୀତା ବଳରେ କିପରି ସଫଳତା ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ।
ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ରାଉତ ସାମ୍ପ୍ରତିକ ସମୟରେ ଯୁବପିଢୀ କିପରି ଉନ୍ନତ ବୈଷୟିକ ଜ୍ଞାନକୌଶଳର ସଦୁପଯୋଗ କରିବା ଉଚିତ ସେ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ ଏବଂ ମାନବ ସମ୍ବଳ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଦାଶ ସାହିତ୍ୟ ଓ ସଂସ୍କୃତି କିଭଳି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ସେ ବିଷୟରେ ଅବଧାରଣା ପ୍ରଦାନ ସହିତ ଭାରତବର୍ଷ ତଥା ଓଡ଼ିଶା କିପରି ଏକ କଳା,ସଂସ୍କୃତି ଓ ଭାସ୍କର‌୍ୟ୍ୟର ଉତ୍କର୍ଷ କେନ୍ଦ୍ରସ୍ଥଳ ଅଟେ ସେ ବିଷୟରେ ଆଲୋକପାତ କରିଥିଲେ।
ଏହା ପରେ ଅତିଥିମାନଙ୍କ ସମ୍ଭାଷଣ ପରେ ୨୦୨୪ ଡିସେମ୍ବର ୦୪, ୦୭ ଓ ୦୯ ତାରିଖରେ କଳା ଓ ସାଂସ୍କୃତିକ ପରିଷଦର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ ତଥା ସାହିତ୍ୟିକ ପ୍ରତିଯୋଗିତା ଗୁଡ଼ିକରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସ୍ନାତକ ଛାତ୍ର ବ୍ୟୋମକେଶ ଦତ୍ତ ତ୍ରିପାଠୀ ସାହିତ୍ୟିକ ପ୍ରତିଯୋଗିତା ଗୁଡ଼ିକରେ ସର୍ବଶ୍ରେଷ୍ଠ ପୁରସ୍କାର ହାସଲ କରିଥିଲେ।
ଚଳିତବର୍ଷ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗର ସ୍ନାତକୋତ୍ତର ଛାତ୍ର ଶ୍ରୀ ସୁମନ କୁମାର ନନ୍ଦ ରେଡ଼କ୍ରସ ସୋସାଇଟି ତରଫରୁ ରାଜ୍ୟପାଳଙ୍କ ଶ୍ରେଷ୍ଠ ସେଚ୍ଛାସେବୀ ଭାବରେ ପୁରସ୍କାର ପ୍ରାପ୍ତ ହୋଇଥିବା ଯୋଗୁଁ ସଭାରେ ତାଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା।
ସଭା ଶେଷରେ ନାଟ୍ୟ ଓ ସାଂସ୍କୃତିକ ପରିଷଦର ସଦସ୍ୟ ତଥା ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡକ୍ଟର ଗଜେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଏହା ପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ସଙ୍ଗୀତ, ନୃତ୍ୟ ଏବଂ ଅନ୍ୟାନ୍ୟ କଳାକୃତିର କାର୍ଯ୍ୟକ୍ରମ ବେଶ ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଏନ.ଏସ୍.ଏସ୍ ସମୂହର ସଦସ୍ୟ ଏବଂ ଏନ.ସି.ସି କ୍ୟାଡେଟ ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930