Indus Valley Times

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ, ୫ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

 Breaking News

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ, ୫ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ, ୫ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ
April 10
15:58 2026

ଭୁବନେଶ୍ୱର, ୧୦/୪ : ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ୧୧ଟି ପ୍ରସ୍ତାବକୁ ମୋହର ଲାଗିଛି। ମୋଟ ୫ଟି ବିଭାଗ ସମ୍ବନ୍ଧୀୟ ଏହି ନିଷ୍ପତ୍ତିମାନଙ୍କ ମଧ୍ୟରୁ ଜଳ ସମ୍ପଦ, ପରିବହନ ଓ ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି।
ସବୁଠାରୁ ଆକର୍ଷଣୀୟ ନିଷ୍ପତ୍ତି ଭାବେ ୩୪୦୦ କୋଟି ଟଙ୍କାର ‘ଅଟଳ ବସଷ୍ଟାଣ୍ଡ ଯୋଜନା’ କ୍ୟାବିନେଟ ଅନୁମୋଦନ ପାଇଛି।
ଏହି ଯୋଜନାରେ ରାଜ୍ୟର ୩୧୮ଟି ବସଷ୍ଟାଣ୍ଡର ଉନ୍ନତୀକରଣ ହେବ ଏବଂ ଏହାକୁ ଙଝଜଞଉ ସମନ୍ୱୟରେ କାର୍ଯ୍ୟକାରୀ କରାଯିବ। ଯାତ୍ରୀ ସୁବିଧା ବୃଦ୍ଧି ଓ ଆଧୁନିକ ପରିବହନ ବ୍ୟବସ୍ଥା ପାଇଁ ଏହାକୁ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।
ସେହିପରି ଜଳ ସମ୍ପଦ ବିଭାଗର ୫ଟି ମୁଖ୍ୟ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ସେଥିରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପକୁ ବିଶେଷ ଗୁରୁତ୍ୱ ଦିଆଯାଇଛି, ଯାହା ଦ୍ୱାରା ସମ୍ବଲପୁରରେ ପ୍ରାୟ ୬୨୧୦ ହେକ୍ଟର ଜମି ଜଳସେଚିତ ହେବ ଓ ୧୪ଟି ଗାଁ ଉପକୃତ ହେବେ।
ସେହିପରି କଟକର ହାଡୁଆ ପ୍ରକଳ୍ପ, ସୋନପୁର ତେଲ ନଦୀ କ୍ଲଷ୍ଟର, ଯାଜପୁରର ଖରାସୁଆ-ବ୍ରାହ୍ମଣୀ ପ୍ରକଳ୍ପ ଓ କେନ୍ଦୁଝରର ବିଭିନ୍ନ କ୍ଲଷ୍ଟର ପ୍ରକଳ୍ପ ମାଧ୍ୟମରେ ହଜାର ହେକ୍ଟର ଜମିକୁ ପାଣି ମିଳିବ।
ଏହା ସହିତ, କେନ୍ଦୁଝରରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନୂଆ ୨୍ଠ୫୦୦ ଗଠଇ ସବ୍-ଷ୍ଟେସନ ସ୍ଥାପନ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି, ଯାହା ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ।
ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଓ ରକ୍ଷଣାବେକ୍ଷଣା ନୀତି ୨୦୨୬କୁ କ୍ୟାବିନେଟ ଅନୁମୋଦନ ଦେଇଛି। ଏହି ନୀତି ଅନୁସାରେ ପ୍ରକଳ୍ପ ସମାପ୍ତି ପରେ ତାହାର ପରିଚାଳନାରେ ପଞ୍ଚାୟତ ଓ ଗ୍ରାମବାସୀଙ୍କ ଭୂମିକା ସ୍ପଷ୍ଟ କରାଯାଇଛି।
ଅନ୍ୟପଟେ, ଶ୍ରମ ବିଭାଗର ୩ଟି ପ୍ରସ୍ତାବ ଚାକିରୀ ସର୍ତ୍ତ ସଂଶୋଧନ ଓ କ୍ୟାଡର ନିୟମ ପରିବର୍ତ୍ତନ ମଧ୍ୟ ପାରିତ ହୋଇଛି। ମୋଟ ଉପରେ କହିଲେ, ଆଜିର କ୍ୟାବିନେଟ ବୈଠକରେ ପରିବହନ, ଗ୍ରାମ୍ୟ ଉନ୍ନତିକୁ ଗତି ଦେବା ପାଇଁ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31