Indus Valley Times

ରାଜ୍ୟ ରାଜକୋଷରୁ ହରିଲୁଟ, ପାଣ୍ଡିଆନଙ୍କ ଫଟୋରେ ଖର୍ଚ୍ଚ କରିଦେଲେ ୧୫ କୋଟି

 Breaking News

ରାଜ୍ୟ ରାଜକୋଷରୁ ହରିଲୁଟ, ପାଣ୍ଡିଆନଙ୍କ ଫଟୋରେ ଖର୍ଚ୍ଚ କରିଦେଲେ ୧୫ କୋଟି

ରାଜ୍ୟ ରାଜକୋଷରୁ ହରିଲୁଟ, ପାଣ୍ଡିଆନଙ୍କ ଫଟୋରେ ଖର୍ଚ୍ଚ କରିଦେଲେ ୧୫ କୋଟି
August 29
17:40 2024

ଭୁବନେଶ୍ୱର,୨୯/୮: ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଛନ୍ତି ପୂର୍ବ ବିଜେଡି ସରକାର। ତେବେ ୫ ବର୍ଷରେ ପ୍ରଚାର ପାଇଁ ବିଜେଡି ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏନେଇ ଗୁରୁବାର ବିଧାନସଭାରେ ଭାଜପା ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ବିଜ୍ଞାପନରେ କେବଳ ପାଣ୍ଡିଆନଙ୍କ ଫଟୋ ପାଇଁ ୧୫ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯାହାକି ସରକାରୀ ଅର୍ଥକୁ ଶ୍ରାଦ୍ଧ କରାଯାଇଥିବା ଭାଜପା ଅଭିଯୋଗ କରିଛି।
ଅନ୍ୟପକ୍ଷରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ବିଜେଡିର ମୁଲତବୀ ପ୍ରସ୍ତାବ ଗ୍ରହଣ ନ ହେବାରୁ ଗୃହର ମଧ୍ୟଭାଗକୁ ଆସି ବିଜେଡି ବିଧାୟକମାନେ ହୋ-ହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମଲତବୀ ରଖିଥିଲେ।
ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ପାଣ୍ଡିଆନ ହେଲିକପ୍ଟର ଯୋଗେ ବିଭିନ୍ନ ଜିଲା ଗସ୍ତ କରିଥିଲେ।
ଏଥିଲାଗି ଅନେକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସୂଚନା ଅଧିକାର କର୍ମୀ ଏନେଇ କେତେ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ଆର୍‌ଟିଆଇ ଜରିଆରେ ତଥ୍ୟ ମାଗିବାରୁ ତାର ହିସାବ ଚାଲିଥିବା ସରକାର ଉତ୍ତର ରଖିଛନ୍ତି, ଯାହାକୁ ନେଇ ଏବେ ରାଜନୀତି ଜୋର୍ ଧରିବାରେ ଲାଗିଛି। ନିକଟରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଏହି ଘଟଣାରେ ତଦନ୍ତ ଚାଲିଛି, କାର‌୍ୟ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930