Indus Valley Times

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ବୌଦ୍ଧ ଜିଲ୍ଲା ଦିନିକିଆ ଗସ୍ତ

 Breaking News

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ବୌଦ୍ଧ ଜିଲ୍ଲା ଦିନିକିଆ ଗସ୍ତ

August 26
22:14 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୮ : ଆଜି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ବୌଦ୍ଧ ଜିଲ୍ଲା ଦିନିକିଆ ଗସ୍ତରେ ଆସି ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ କାର‌୍ୟ୍ୟକ୍ରମ ପରିଦର୍ଶନ କରିଥିଲେ।
ପ୍ରଥମେ ମାର୍ଡିଙ୍ଗ ଅଙ୍ଗନବାଡି କେନ୍ଦ୍ର ଏବଂ ବଡ଼ବନ୍ଧ ଅଙ୍ଗନବାଡି କେନ୍ଦ୍ର, ପରିଦର୍ଶନ କରି ଶିଶୁ ଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ ଖାଦ୍ୟ, ପାନୀୟଜଳ ବ୍ୟବସ୍ଥା ଏବଂ ସେଠାରେ ନଥିପତ୍ର ଯାଞ୍ଚ କରିବା ସହ ସୁଭଦ୍ରା ହିତାଧିକାରୀ ଙ୍କ ସହ ଆଲୋଚନା କରିଥିଲେ।
ଏହାପରେ ଲୁଣିବାହାଲ ପ୍ରଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ସହ ଆଲୋଚନା କରିବା ସହ ରୋଷେଇ ଗୃହ ,ଶୌଚାଳୟ ଏବଂ ମଧ୍ୟାହ୍ନ ଭୋଜନ ର ମାନ ପରଖିଥିଲେ ।
ଏହା ପରେ ବୀରନରସିଂହପୁର ଠାରେ ଥିବା ଶିଶୁ ଗୃହ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପରିଦର୍ଶନ କରି ପରିମଳ ବ୍ୟବସ୍ଥା ଓ ଶିଶୁ ମାନଙ୍କ ବିଭିନ୍ନ ଦିଗ ଉପରେ ତର୍ଜମା କରିଥିଲେ।
ପରେ ବୃନ୍ଦାବନ ଠାରେ ଥିବା ପର‌୍ୟ୍ୟବେକ୍ଷଣ ଗୃହ ତଥା ସ୍ବତନ୍ତ୍ର ଗୃହ ପରିଦର୍ଶନ କରି ଅନ୍ତେବାସୀ ଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନ ରେ ସଦସ୍ୟା ଶ୍ରୀମତି ଦାସ ସର୍କିଟ ହାଉସ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଗୋପାଳ ଚରଣ ମଲ୍ଲିକ ଏବଂ ପ୍ରୋଗ୍ରାମ ଅଫିସର ସନ୍ତୋଷିନୀ ଭୋଇ , ଅତିରିକ୍ତ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ୍, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ପ୍ରମୋଦ ସାହୁ, ପ୍ରିୟଦର୍ଶିନ ପୁରୋହିତ ଏବଂ ଧନଞ୍ଜୟ ଖମାରୀ ପ୍ରମୁଖଙ୍କୁ ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରି ପୋଷଣ ଏବଂ ପରିମଳ ବ୍ୟବସ୍ଥା କୁ ସଠିକ୍ ଭାବରେ କାର‌୍ୟ୍ୟକାରି କରିବାପାଇଁ ନିର୍ଦେଶ ଦେଇଥିଲେ ।
ପରିଦର୍ଶନ ସମୟରେ ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ହରଭଙ୍ଗା ଶ୍ରୀମତୀ ଦିପ୍ତିମୟୀ ପାତ୍ର, ସାମାଜିକ କର୍ମୀ ଶ୍ରୀଯୁକ୍ତ ସହଦେବ ନାୟକ, ପରାମର୍ଶ ଦାଦା ବସନ୍ତ କୁମାର ଦିସିରି ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031