Indus Valley Times

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ, ଜମି ଜାଲିଆତି ମାମଲାରେ ତହସିଲଦାର ନିଲମ୍ବିତ

 Breaking News

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ, ଜମି ଜାଲିଆତି ମାମଲାରେ ତହସିଲଦାର ନିଲମ୍ବିତ

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ, ଜମି ଜାଲିଆତି ମାମଲାରେ ତହସିଲଦାର ନିଲମ୍ବିତ
August 26
13:03 2026

ନୂଆପଡ଼ା, ୨୬/୮ : ଏକ ଜମି ଦୁର୍ନୀତି ମାମଲାରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତହସିଲଦାର ଏବଂ ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୋମନା ବ୍ଲକ ତହସିଲଦାର ତଥା ସବ୍ ରେଜିଷ୍ଟାର ସର୍ବେଶ୍ୱର ଜାଲ ଏବଂ ଏଆରଆଇ ରାମନାଥ ମିଶ୍ରଙ୍କ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
ତହସିଲଦାର ସର୍ବେଶ୍ୱର ଜାଲଙ୍କ ବିରୋଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜସ୍ୱ ବିଭାଗ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି ।
ଏହି ନିଲମ୍ବିତ ଅବଧି ଆସନ୍ତା ୯୦ ଦିନ ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ସେ ସମ୍ବଲପୁର ଆରଡିସି ମୁଖ୍ୟାଳୟରେ ରହିବେ । ନିଲମ୍ବନ ଅବଧି ମଧ୍ୟରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ । ଯଦି ସେ କେଉଁଠାକୁ ଯାଆନ୍ତି ତେବେ ଆରଡିସିଙ୍କ ଅନୁମତି ନେବା ବାଧ୍ୟତାମୂଳକ । ଏହି ଆଦେଶ ଚିଠି ହେବାର ତତ୍କାଳ ପ୍ରଭାବ ସ୍ୱରୂପ ଲାଗୁ ହୋଇଛି ।
ସେହିପରି ଏଆରଆଇ ରାମନାଥ ମିଶ୍ରଙ୍କୁ ନୂଆପଡ଼ା ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । କୋମନା ତହସିଲର ଖାତା ନଂ.୪୯, ମୌଜା ଚାନ୍ଦପୋଲା ଅନ୍ତର୍ଗତ ରେକର୍ଡ ହୋଇଥିବା ଜମି ମାପର ଠକେଇ ପଞ୍ଜିକରଣରେ ଦୁର୍ନୀତି ହୋଇଥିବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।
ସତ୍ୟନାରାୟଣ ପ୍ରଧାନୀ ନାମକ ବ୍ୟକ୍ତିଙ୍କ ଅଜାଣତରେ ତାଙ୍କର ଚାରି ଏକର ଚାଳିଶ ଡିସିମିଲ ଜମିକୁ ବିକ୍ରି କରାଯାଇଥିଲା । ଏ ନେଇ ସତ୍ୟନାରାୟଣ ପ୍ରଧାନୀ ଅଭିଯୋଗ କରିଥିଲେ । ଏ ନେଇ ନୂଆପଡାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ।
ତଦନ୍ତ ସମୟରେ ଜଣାପଡିଥିଲା ଯେ ଏଆରଇ ରାମନାଥ ମିଶ୍ର କୋମନା ସବ୍-ରେଜିଷ୍ଟାର କାର୍ଯ୍ୟାଳୟରେ ଉକ୍ତ ଜମି ପଞ୍ଜିକରଣରେ ସମ୍ପୃକ୍ତ ଥିଲେ । ଏକ ଆଧାର ପ୍ରମାଣୀକରଣ ଆଇରିସ୍ ଡିଭାଇସ୍ ସବ-ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଉବଲବ୍ଧ ଥିବା ସତ୍ତ୍ୱେ ତାହାର ବ୍ୟବହାର କରାଯାଇନଥିଲା । ଜମି ପଞ୍ଜିକରଣ ସମୟରେ ସରକାରୀ ନିୟମ ପାଳନରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930