Indus Valley Times

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

 Breaking News

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି
May 15
19:56 2026

ଭୁବନେଶ୍ବର, ୧୫/୫: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ପିଛଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ । ପେନସନ୍‌ଭୋଗୀଙ୍କ ଟି.ଆଇ.ରେ ମଧ୍ୟ ବୃଦ୍ଧି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ଏହା ୨୦୨୬ ଜାନୁଆରୀ ପହିଲାରୁ ପିଚ୍ଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ’ ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ.ରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ମେ’ ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ. ପାଇବେ । ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ୮ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930