Indus Valley Times

ରାଜ୍ୟକୁ ପୁଣି ଫେରିଲା ଘନ କୁହୁଡ଼ି ସାଙ୍ଗକୁ କୋହଲା ପାଗ

 Breaking News

ରାଜ୍ୟକୁ ପୁଣି ଫେରିଲା ଘନ କୁହୁଡ଼ି ସାଙ୍ଗକୁ କୋହଲା ପାଗ

ରାଜ୍ୟକୁ ପୁଣି ଫେରିଲା ଘନ କୁହୁଡ଼ି ସାଙ୍ଗକୁ କୋହଲା ପାଗ
January 24
10:33 2026

ଭୁବନେଶ୍ୱର,୨୪/୧: ରାଜ୍ୟକୁ ପୁଣି ଫେରିଲା ଘନ କୁହୁଡ଼ି ସାଙ୍ଗକୁ କୋହଲା ପାଗ। ଭୁବନେଶ୍ବର କଟକ ସମେତ ପୁରୀ ଓ କୋଣାର୍କରେ ଆଜି ସକାଳୁ ସକାଳୁ ପ୍ରବଳ କୁହୁଡି ହୋଇଛି। ଘନ କୁହୁଡି ଯୋଗୁ ରସ୍ତାଘାଟ ଦେଖାଯାଉନି।
ଗାଡିର ଲାଇଟ୍ ମାରି ରାଜରାସ୍ତାରେ ଯିବା ଆସିବା କରୁଛନ୍ତି ଲୋକ। ତେବେ ଆସନ୍ତା ଦୁଇ ଦିନ ପର‌୍ୟ୍ୟନ୍ତ ରାତି ତାପମାତ୍ରାରେ ପରିବତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରାଯାଇଛି। ତେବେ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରେ ତୀବ୍ରତା ଵୃଦ୍ଧି ହେବା ସହ ଜଳୀୟବାଷ୍ପର ପରିମାଣ ହ୍ରାସ ଯୋଗୁଁ ଶୀତ ମଧ୍ୟ ଅନୁଭୂତ ହୋଇପାରେ।
ସୂଚନା ଅନୁସାରେ, ଆହୁରି ୫ ଦିନ ପର‌୍ୟ୍ୟନ୍ତ ଟ୍ୱିନ ସିଟି ଅତ୍ୟଧିକ ଘନ କୁହୁଡି ପରିଲିକ୍ଷିତ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ସକାଳୁ ସକାଳୁ କୋହଲା ପାଗ ସାଙ୍ଗକୁ ଘନ କୁହୁଡିର ଆସ୍ତରଣରେ ସାରା ଓଡିଶା ରହିଛି। ବଢୁଥିବା ଶୀତ ତଥା ଘନ କୁହୁଡ଼ିକୁ ଦେଖି ଗାଡି ଚାଳକଙ୍କୁ ସୁରକ୍ଷିତ ଭାବେ ଗାଡି ଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ଜାରି ହୋଇଛି। ତେବେ କିଛି କିଛି ସ୍ଥାନରେ ଲୋକେ ଶୀତର ମଜା ନେଉଥିବା ଦେଖିବାକୁ ମିଳୁଛି। ଶୀତ ପୋଷାକ ପିନ୍ଧି, କାଠ ଜଳେଇ ଶୀତର ମଜା ନେଉଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930