Indus Valley Times

ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ

 Breaking News

ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ

ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ
December 20
11:26 2021

ଭୁବନେଶ୍ୱର,୨୦/୧୨: ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି। ଏଣେ ଏବର୍ଷର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ରେକର୍ଡ ହୋଇଛି। ଏଠାରେ ରାତ୍ର ତାପମାତ୍ରା ୪ ଡିଗ୍ରି ସେଲସିଅସ୍ ଥିଲା। ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୧୦ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ଦାରିଙ୍ଗବାଡି ୪.୦ ଡିଗ୍ରି ସେଲସିଅସ୍, ଝାରସୁଗୁଡା ୫.୬ ଡିଗ୍ରି ସେଲସିଅସ୍, ଫୁଲବାଣୀ ୬.୫ ଡିଗ୍ରି ସେଲସିଅସ୍, ସୋନପୁର ୬.୯ ଡିଗ୍ରି ସେଲସିଅସ୍ , କେନ୍ଦୁଝର ୭.୪ ଡିଗ୍ରି ସେଲସିଅସ୍, ଟିଟଲାଗଡ଼ ୯.୩ ଡିଗ୍ରି ସେଲସିଅସ୍, ବଲାଙ୍ଗୀର ୮.୦ ଡିଗ୍ରି ସେଲସିଅସ୍, ସମ୍ବଲପୁର ୯.୦ ଡିଗ୍ରି ସେଲସିଅସ୍, ବାରିପଦା ୯.୫ ଡିଗ୍ରି ସେଲସିଅସ୍ ଓ ସୁନ୍ଦରଗଡ଼ ୮.୦ ଡିଗ୍ରି ସେଲସିଅସ୍, ଭବାନୀପାଟଣା ୮.୯ ଡିଗ୍ରି ସେଲସିଅସ୍, ତାଳଚେର ଓ ହୀରାକୁଦ ୯.୦ ଡିଗ୍ରି ସେଲସିଅସ୍।
ଅପରପକ୍ଷରେ କଟକରେ ୧୨.୪ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରି ସେଲସିଅସ୍ ରାତ୍ର ତାପମାତ୍ରା ରେକର୍ଡ କରାଯାଇଛି।
ସୂଚନାଯୋଗ୍ୟ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି। ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍ ଦିନ ରହିବ। ୨୨ତାରିଖ ଆଡ଼କୁ ପାରଦ ଧୀରେ ଧୀରେ ଊର୍ଧ୍ବମୁଖା ହେବ। ୨୨ ତାରିଖ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।
ଗତ ୫ ଦିନ ହେଲା, ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ରାଜ୍ୟକୁ କ୍ରମାଗ୍ରତ ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ଗତକାଲି ରାତିରୁ ଅଧିକ ଶକ୍ତିଶାଳୀ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031