Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୬୧ ଜଣ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୬୧ ଜଣ କରୋନା ପଜିଟିଭ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ

August 23
09:12 2021

ଭୁବନେଶ୍ୱର, ୨୩/୮: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ଅଛନ୍ତି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୧୮ଟି ହେଉଛି ଲୋକାଲ୍ କେସ୍। ସେହିପରି ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୯ ଜଣ ଥିବା ବେଳେ କଟକରୁ ୧୧୭ ଓ ଷ୍ଟେଟ୍ ପୁଲ୍ରୁ ୬୪ ଜଣ ଅଛନ୍ତି।
ଅନୁଗୋଳ ଜିଲ୍ଲାରୁ ଆଉ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୨, ବରଗଡ଼ରୁ ୧୮, ଭଦ୍ରକରୁ ୮, ବଲାଙ୍ଗିରରୁ ୨, ବୌଦ୍ଧରୁ ୧, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୧୨, ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୩୫, ଝାରସୁଗୁଡ଼ାରୁ ଜଣେ, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୫, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୪, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୧୨, ପୁରୀରୁ ୧୩, ରାୟଗଡ଼ାରୁ ୫, ସମ୍ବଲପୁରରୁ ୨୦, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ ଅଛନ୍ତି।
କୋରାପୁଟ, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ଜଣେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି।
୭୬୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୬୯୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୮୫ ହଜାର ୩୦୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮,୯୧୭ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୪୨୬କୁ ବୃଦ୍ଧି ପାଇଛି।
ଏହି ୬୮ ଜଣ ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୭ ଜଣ ଥିବା ବେଳେ ଜଗତସିଂହପୁରରୁ ୧୫, ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, ଯାଜପୁରରୁ ୬, କେନ୍ଦ୍ରାପଡ଼ାରୁ ୪, ବାଲେଶ୍ୱରରୁ ୩, ପୁରୀରୁ ୨ ଏବଂ ଭଦ୍ରକ, ଝାରସୁଗୁଡ଼ା, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧୮କୁ ବୃଦ୍ଧି ପାଇଥିବା ବେଳେ ଜଗତସିଂହପୁରରେ ୨୦୨, ଢେଙ୍କାନାଳରେ ୨୦୦, ଖୋର୍ଦ୍ଧାରେ ୧୪୨୧, ଯାଜପୁରରେ ୧୩୦, କେନ୍ଦ୍ରାପଡ଼ାରେ ୨୧୨, ବାଲେଶ୍ୱରରେ ୨୫୮, ପୁରୀରେ ୪୨୨, ଭଦ୍ରକରେ ୧୨୩, ଝାରସୁଗୁଡ଼ାରେ ୧୭୨, କେନ୍ଦୁଝରରେ ୧୫୪ ଓ ରାୟଗଡ଼ାରେ ୧୬୫ରେ ପହଞ୍ଚି ଯାଇଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930