Indus Valley Times

ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ: ମୁଖ୍ୟମନ୍ତ୍ରୀ

 Breaking News

ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ: ମୁଖ୍ୟମନ୍ତ୍ରୀ

October 28
18:28 2024

ଭୁବନେଶ୍ୱର,୨୮/୧୦: ସୋମବାର ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତିଗ୍ରସ୍ତଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଶୁନ୍ୟ ସହନଶୀଳତା ନୀତି ସରକାର ପ୍ରତିଶ୍ରୁତିବଦ୍ଧ।
ରାଜ୍ୟରେ ଭାଜପା ସରକାର ଆସିବାର ୧୪୦ ଦିନ ହୋଇଛି। ଏଣିକି ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ଟଙ୍କା ଯାଉଥିବାରୁ ଆଉ ଦୁର୍ନୀତି ହୋଇପାରୁ ନଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ନୂଆ ସରକାର ଆସିବା ପରେ ବର୍ତମାନ ସୁଦ୍ଧା ୬ ମୁଖ୍ୟଯନ୍ତ୍ରୀଙ୍କୁ ଦୁର୍ନୀତି ପାଇଁ ଗିରଫ କରି କୋର୍ଟ ପଠାଯାଇଛି। ୬ ମୁଖ୍ୟଯନ୍ତ୍ରୀଙ୍କ ପାଖରୁ ୨୩୩ଟି ପ୍ଲଟ, ୩୨ କୋଠା, ପ୍ରାୟ ୬ କେଜି ସୁନା ଜବତ ହୋଇଛି।
କେବଳ ଏତିକି ନୁହେଁ ୧୦ କୋଟି ବ୍ୟାଙ୍କ ଡିପୋଜିଟ୍ ଓ ୨୧ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଅନେକ ବଡ଼ବଡ଼ ଅଧିକାରୀ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏସବୁଯାହା ହୋଇଛି ଏହା କେବଳ ଟ୍ରେଲର ଚାଲିଛି, ଆଗକୁ ବହୁତ କିଛି ବାକି ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏବେ ବା ଆଗରୁ ଦୁର୍ନୀତି କରୁଥିବା ଅଧିକାରୀଙ୍କ ମନରେ ସବୁବେଳେ ଭୟ ରହିବ। କାରଣ ଏ ସରକାର କେତେବେଳେ ବି ବାନ୍ଧିପାରେ, ଯାହା ସେମାନଙ୍କର ସବୁ ବେଳେ ମନେପଡ଼ିବ।
ଏଥିସହିତ ପୂର୍ବ ସରକାରରେ ଫାଇଭ ଟି ଦୁର୍ନୀତି କଥା ମଧ୍ୟ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଥିଲେ, ପୂର୍ବ ସରକାରରେ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା। ପୂର୍ବରୁ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀ ମାନେ ଅଚିନ୍ତାରେ ଥିଲେ।
ଦୁର୍ନୀତି ଟଙ୍କାକୁ ନିଜ ବ୍ୟକ୍ତିଗତ କାମ ଓ ନିର୍ବାଚନରେ ଲଗାଉଥିଲେ। ଆଉ ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡ଼ାଯିବନି, ସମସ୍ତଙ୍କ ତଦନ୍ତ କରାଯିବ।
ଅନେକ ସ୍ଥାନରଟେ ଫାଇଭ-ଟି ନାଁରେ ଅଧିକାରୀମାନେ ବ୍ୟାପକ ଟଙ୍କା ହେରଫେର କରିଛନ୍ତି। ସେ ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930