Indus Valley Times

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ: ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି

 Breaking News

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ: ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ: ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି
March 16
19:24 2025

ଭୁବନେଶ୍ବର, ୧୬/୩ : ରାଜ୍ୟରେ ତାତି ଆହୁରି ୪ ଦିନ ଅସ୍ତବ୍ୟସ୍ତ କରିବ। ମାର୍ଚ୍ଚ ୧୯ ତାରିଖ ପରେ ପାଗ ବଦଳିବା ସହ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ତେବେ ଆଗାମୀ ତିନିଦିନ ଅର୍ଥାତ ୧୯ ତାରିଖ ଯାଏ ତାତି କଲବଲ କରିବା ସହିତ ଆଭ୍ୟନ୍ତରିଣ ଓଡ଼ିଶାରୁ ଉପକୂଳ ପର‌୍ୟ୍ୟନ୍ତ ଅସମ୍ଭାଳ ତାତିରେ ଜଳିବ। ତେବେ ଗତକାଲି ୪୨.୫ ସହ ଦେଶର ସବୁଠାରୁ ଉତ୍ତପ୍ତ ସହର ବୌଦ୍ଧ ରହିଥିବା ବେଳେ ଏହାର ତାପମାତ୍ରା ଆଗାମୀ ଦିନରେ ୪୩ ଡିଗ୍ରି ସେଲସିୟସ୍ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୨ ଦିନ ଯାଏ ସିଭିୟର ହିଟ ୱେଭ୍ ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ହିଟ ୱେଭ୍‌କୁ ନେଇ ଅନୁଗୁଳ, ବଲାଙ୍ଗୀର , ସୁନ୍ଦରଗଡରେ ଅରେଞ୍ଜ ୱାର୍ଣ୍ଣିଂ ସହ ମୟୁରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଓ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଉଷ୍ମ ରାତ୍ରିର ସ୍ଥିତିକୁ ନେଇ ମୟୁରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ,ବଲାଙ୍ଗୀର, କଳାହାଣ୍ଡି ଓ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ନୟାଗଡ,ଗଞ୍ଜାମ ଓ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତାକଲି ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାରେ ସିଭିୟର ହିଟ ୱେଭ୍‌କୁ ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ହିଟ ୱେଭ୍‌କୁ ନେଇ ବଲାଙ୍ଗୀର, ସୋନପୁର କଳାହାଣ୍ଡି ବୌଦ୍ଧ ଓ ସୁନ୍ଦରଗଡ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସହ କେନ୍ଦୁଝର,ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଉଷ୍ମ ରାତ୍ରିର ସ୍ଥିତିକୁ ନେଇ ମୟୁରଭଞ୍ଜ, ସମ୍ବଲପୁର,ବଲାଙ୍ଗୀର ଓ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ନୟାଗଡ ,ଗଞ୍ଜାମ ଓ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ମାର୍ଚ୍ଚ ୧୮ ତାରିଖରେ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲା ପାଇଁ ହିଟ ୱେଭ୍ ନେଇ ଅରେଞ୍ଜ ସହ ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୯ ତାରିଖରେ ବଲାଙ୍ଗୀର, କଳାହାଣ୍ଡି ବୌଦ୍ଧ ସମ୍ବଲପୁର ପାଇଁ ହିଟ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୦ ରୁ ପାଗରେ ପରିବର୍ତ୍ତନ ହେବା ନେଇ ପୂର୍ବନାମନ କରାଯାଇଛି।
ସେପଟେ ୪ ଦିନ ପରେ ଅର୍ଥାତ ୨୦ ତାରିଖ ବେଳକୁ ତାପମାତ୍ରା କମିବାର ସମ୍ଭାବନା ରହିଛି। ୨ ରୁ ୪ ଡିଗ୍ରି ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି। ତାପମାତ୍ରା ହ୍ରାସ ସହ ୩ ଦିନ ପରେ ବିଜୁଳି ଘଡଘଡି ସହ କିଛି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରାଯାଇଛି। ବର୍ଷା ପରେ ଅସମ୍ଭାଳ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଅନୁଗୁଳ,ସମ୍ବଲପୁର ଝାରସୁଗୁଡା, କେନ୍ଦୁଝର,ଦେବଗଡ, ମୟୁରଭଞ୍ଜ ଓ ସୁନ୍ଦରଗଡରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷା ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।
ଅଧିକ ପଢ଼ନ୍ତୁ: ମୋର ଯୋଗ୍ୟତା ନାହିଁ ବୋଲି ଭାବିଲି, ଗଲିନି: ଜୟ ନାରାୟଣଙ୍କ ତେରଛା ବାଣ
ସେପଟେ ଗତ ୨୪ ଘଣ୍ଟାରେ ୧୩ ସହରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍‌ରୁ ଅଧିକ ରେକର୍ଡ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୮.୬ ଡିଗ୍ରି ସେଲସିୟସ୍ ରହିଥିବା ବେଳେ କଟକର ୩୭.୮ ଡିଗ୍ରି ରେକର୍ଡ ହୋଇଛି। ଝାରସୁଗୁଡା ଓ ସମ୍ବଲପୁରରେ ପ୍ରଚଣ୍ଡ ଖରା ବା ସିଭିୟର ହିଟ ୱେଭ୍ ଅନୁଭୂତ ହୋଇଥିବା ଅନୁଗୁଳ ମୟୁରଭଞ୍ଜ ସୁନ୍ଦରଗଡ କଳାହାଣ୍ଡି ବଲାଙ୍ଗୀର ସୋନପୁର ଓ ବୌଦ୍ଧରେ ହିଟ ୱେଭ୍ ବା ପ୍ରବଳ ଖରା ଅନୁଭୂତ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930