Indus Valley Times

ରାଜ୍ୟରେ ସକ୍ରିୟ ମୌସୁମୀ : ୨୮ରୁ କମିବ ବର୍ଷା, ୩ରୁ ପୁଣି ବଢିବ

 Breaking News

ରାଜ୍ୟରେ ସକ୍ରିୟ ମୌସୁମୀ : ୨୮ରୁ କମିବ ବର୍ଷା, ୩ରୁ ପୁଣି ବଢିବ

ରାଜ୍ୟରେ ସକ୍ରିୟ ମୌସୁମୀ : ୨୮ରୁ କମିବ ବର୍ଷା, ୩ରୁ ପୁଣି ବଢିବ
June 27
10:02 2023

ଭୁବନେଶ୍ବର,୨୭/୬ : ସୋମବାର ଦିନ ରାଜ୍ୟରେ ଦିନତମାମ ବର୍ଷା ଜାରି ରହିଛି। ସକ୍ରିୟ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଥିବା ତଥା ୧.୫ କିମି ଉଚ୍ଚତା ଯାଏ ସକ୍ରିୟ ଥିବା ନିମ୍ନଚାପରେଖା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ଦିନତମାମ ବର୍ଷା ଲାଗି ରହିଥିଲା।
ଅନ୍ୟପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୭ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକ ବର୍ଷା ୮.୬ ମିମି ତୁଳନାରେ ୨୬୯% ଅଧିକ। ସେହିପରି ସୋମବାର ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ପର‌୍ୟ୍ୟନ୍ତ ବରଗଡ଼ରେ ୪୮ ମିମି, ବାରିପଦାରେ ୪୨ ମିମି, ଝାରସୁଗୁଡ଼ାରେ ୩୬.୫ ମିମି, ବଲାଙ୍ଗୀରରେ ୩୨ ମିମି ଓ ଦେବଗଡ଼ରେ ୨୯ ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଯାଇଛି।
ଆଜି(ମଙ୍ଗଳବାର) ରାଜ୍ୟରେ ବର୍ଷାର ପରିମାଣ କମିବ। ତଥାପି ୧୧ ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।
ଏଥିସହ ୨୮ ତାରିଖ ଦିନ ମଧ୍ୟ ରାଜ୍ୟର କିଛି ସ୍ଥାନ ଯଥା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାପରେ ରାଜ୍ୟରେ ବର୍ଷାର ବିଶେଷ ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବ। ଅଳ୍ପ ବର୍ଷା ମଧ୍ୟ ହୋଇପାରେ। ଦିନ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031