Indus Valley Times

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆସନ୍ତା ୨୦ରେ ଭୋଟ

 Breaking News

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆସନ୍ତା ୨୦ରେ ଭୋଟ

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆସନ୍ତା ୨୦ରେ ଭୋଟ
December 03
11:17 2024

ଭୁବନେଶ୍ୱର,୩/୧୨: ରାଜ୍ୟ ସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଛି। ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି। ଆସନ୍ତା ୨୦ରେ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପତ୍ରର ଶେଷ ତାରିଖ ଡିସେମ୍ବର ୧୦ ତାରିଖ ରହିଛି।
ଏହାସହ ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୧୩ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ଏହାପରେ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ବିଜେଡି ଟିକେଟ୍‌ରୁ ରାଜ୍ୟ ସଭାକୁ ଯାଇଥିବା ସୁଜିତ କୁମାର ରାଜ୍ୟ ସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
ଏମ୍‌ପି ପଦରୁ ଇସ୍ତଫା ଦେବା ପରେ ପରେ ବିଜେଡି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳରୁ ତାଙ୍କୁ ନିଲମ୍ବିତ କରିଥିଲେ। ଏହାପରେ ସେ ଦଳ ଛାଡି ଭାଜପାରେ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930