Indus Valley Times

ରାୟଗଡ଼ ପୌରାଞ୍ଚଳରେ ଦିନକୁ ଦିନ ରାସ୍ତା ଅବରୋଧ ଓ ପାର୍କିଂ ସମସ୍ୟାରେ ପୋଲିସ ବିଫଳ

 Breaking News

ରାୟଗଡ଼ ପୌରାଞ୍ଚଳରେ ଦିନକୁ ଦିନ ରାସ୍ତା ଅବରୋଧ ଓ ପାର୍କିଂ ସମସ୍ୟାରେ ପୋଲିସ ବିଫଳ

October 17
16:54 2024

ସୁଧାଂଶୁ ସିଂଙ୍କ ରିପୋର୍ଟ
ରାୟଗଡ଼, ୧୭/୧୦: ରାୟଗଡ଼ ପୌରାଞ୍ଚଳରେ ଦିନକୁ ଦିନ ରାସ୍ତା ଅବରୋଧ ଓ ପାର୍କିଂକୁ ନେଇ ରିଲିଆନ୍ସ ମାର୍ଟ ଠୁ ନେଇ ରାୟଗଡ଼ ବୁସଷ୍ଟାଣ୍ଡ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଲାଗି ରହିବା ଏକ ପ୍ରକାର ବେପାର୍ଵା ମନୋପୋଲି କୁ ଦର୍ଶାଏ ।
ପୋଲିସ ବଳ ତରଫରୁ ବି ପେଟ୍ରୋଲିଙ୍ଗ ଜରିଆରେ ହେଉ ବା ପର୍ବ ପର୍ବାଣି ସମୟରେ ହେଉ ଯେଉଁ ପ୍ରକାର ଆବଶ୍ୟକ ରହିଛି ତାକୁ ପୂରଣ କରିବାରେ ବିଫଳ ରହୁଥିବା ବି ଆଲୋଚନା ର ବିଷୟ । ରାୟଗଡ଼ା ସହର ଉପକଣ୍ଠ ଦେଇ ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ରହିଥିବା ଦୋକାନଗୁଡ଼ିକ ସମ୍ମୁଖରେ ରାସ୍ତା ଉପରେ ଗାଡ଼ି ପାର୍କିଂ, ଉଠା ଦୋକାନୀ କାରଣରୁ ମୁଖ୍ୟତ ରାସ୍ତାରେ ଚଡଊ ଛକ ଟ୍ରାଫିକ ସମସ୍ୟା ଲାଗି ରହୁଛି ।
ସେହିଭଳି ସହରର ଏସବିଆଇ(ଏଡିବି) ବ୍ରାଂଚ ଶାଖା ଗଳି, ଭାମଷି କ୍ରିଷ୍ଣା ହୋଟେଲ ଗଳି ହେଉ ବା. ରାଣୀଗୁଡା ସ୍ଥିତ ଲଙ୍କଦ୍ଭମଗ୍ଧସକ୍ଟଦ୍ଭ ଷବକ୍ଷକ୍ଷ , ଆଇଡିବିଆଇ ଓ ଏଚଡିଏଫସି ବ୍ୟାଙ୍କ ଗଳି, ପିଏନବି ବ୍ୟାଙ୍କ ଛକ, ୟୁନିୟନ ବ୍ୟାଙ୍କ ସାମ୍ନା ଆଦି ସ୍ଥାନରେ ରାସ୍ତା ଉପରେ ଗାଡ଼ି ପାର୍କିଂ ଯୋଗୁଁ ଯାତାୟତ ସମୟରେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ନଥିବାରୁ ବ୍ୟାଙ୍କ ଓ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଆସିଥିବା ଲୋକେ ନିଜର ମୋଟରସାଇକେଲ ଠାରୁ ଆରମ୍ଭ ଚାରି ଚକିଆ ଯାନ ରାସ୍ତା କଡ଼ରେ ରଖୁଛନ୍ତି । ଫଳରେ ଅଧାରୁ ଅଧିକା ରାସ୍ତା ପାର୍କିଂ କବଜାରେ ରହୁଛି ।
ଯାହାଫଳରେ ଉକ୍ତ ରାସ୍ତା ଦେଇ ଅନ୍ୟ ଗାଡ଼ି ଯିବା ଅସମ୍ଭବ ହୋଇପଡ଼ୁଛି । ତେବେ ଅନୁମୋଦିତ ଟାଉନ ପ୍ଲାନିଂ ଆଧାରରେ କୋଠା ନିର୍ମାଣ ନକରି ମନଇଚ୍ଛ ବେଆଇନ କୋଠା ନିର୍ମାଣ ମୁଖ୍ୟ କାରଣ ବୋଲି ସହରର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।
ସେହିଭଳି ପୁରୁଣା ପଞ୍ଜାବ ହୋଟେଲ ଛକ ନିକଟରେ ଦୁଇଟି ଘରୋଇ ଲ୍ୟାବ କୋଠାରେ ପାର୍କିଂ ବ୍ୟବସ୍ଥା ନଥିବା କାରଣରୁ ସେଠାକୁ ଆସୁଥିବା ରୋଗୀ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି । ଯାହାଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ଲାଗି ରହୁଛି ।
ଏଭଳିକି ଉକ୍ତ ଛକରେ ରହିଥିବା ଏକ ୫ ମହଲା କୋଠା ଟାଉନ ପ୍ଲାନିଂରେ ଷ୍ଟିଲ୍ଟ ଓ ୩ ମହଲା କୋଠା ପାଇଁ ଅନୁମତି ନେଇ ବେଆଇନ ଭାବେ ୫ମହଲା କୋଠା ନିର୍ମାଣ କରାଯାଇଛି । ହେଲେ ସେଠାରେ ପାର୍କିଂ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ ।
ଏଭଳିକି ବ୍ୟକ୍ତିଗତ ଗୃହ ନିର୍ମାଣ ପାଇଁ ଅନୁମୋଦିତ ପ୍ଲାନ ବଦଳରେ ସେଠାରେ ୫ ମହଲା ବିଶିଷ୍ଟ ସପିଂ କମ୍ପେ୍ଲକ୍ସ ନିର୍ମାଣ କରାଯାଇଛି । ଯାହାଫଳରେ ପୌର ପ୍ରଶାସନର ବ୍ୟାପକ ରାଜସ୍ୱ ହାନି ଘଟୁଛି । ଏହା ସହିତ ଡ୍ରେନ ଉପରେ କଂକ୍ରିଟ ପ୍ଲେଟ ନିର୍ମାଣ କରିବା ପାଶ୍ୱର୍ରେ ଯାଇଥିବା ରାସ୍ତା ଉପର ମଧ୍ୟ କବଜା କରି ରଖାଯାଇଛି ।
ତେବେ ଉକ୍ତ ଛକଟି ତ୍ରିକୋଣୀୟ ହୋଇଥିବା ବେଳେ ଦୁଇଟି ଘରୋଇ ଲ୍ୟାବ ରମେଶ ଓ ବେଲା ଅଗ୍ରୱାଲ ଏବଂ ଟାୟୋ ଲ୍ୟାବରେ ଗାଡ଼ି ପାର୍କିଂ ଯୋଗୁଁ ଉକ୍ତ ରାସ୍ତା ଦେଇ କୌଣସି ଯାନବାହନ ଯାତାୟତ କଲେ ଅସୁବିଧା ଉପୁଜୁଛି ।
ଏନେଇ ମଙ୍ଗଳବାର ସ୍ଥାନୀୟ ଜନସାଧାରଣ ଟାଉନଥାନା ଅଧିକାରୀଙ୍କୁ ଦୂରଭାଷ ଯୋଗେ ସୂଚନା ଦେବା ପରେ ପୋଲିସ ସେଠାରେ ପହଂଚି ସମସ୍ତ ବ୍ୟାଙ୍କ ସମେତ ଉକ୍ତ ଦୁଇ ଘରୋଇ ଲ୍ୟାବକୁ ମଧ୍ୟ ପାର୍କିଂ ବ୍ୟବସ୍ଥା କରିବାକୁ ଚେତାବନୀ ଦେଇଥିଲେ ।
ଏନେଇ ପୌର ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ବେଆଇନ ଘର ନିର୍ମାଣ ଓ ପାର୍କିଂ ନଥିବା ସମସ୍ୟାକୁ ବିଭାଗ ଗୁରୁତ୍ୱର ସହିତ ନେବା ସହିତ ସେମାନଙ୍କୁ ନୋଟିସ କରାଯାଇଛି । ଏନେଇ ପୌର ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ରାୟଗଡା ସେହିପରି ଯେଉଁମାନେ ଘରୋଇ ସ୍ଥାନ ଦର୍ଶାଇ ବାଣିଜ୍ୟ ପାଇଁ ନିଜ ବସାପଯୋଗୀ ଜାଗାରେ ସରକାର ଙ୍କ ଆଖିରେ ଧୂଳି ଦେଇ ଏହିପରି ସବୁ କରୁଛନ୍ତି ସେମାନଙ୍କ ପାଇଁ ବି ସରକାରଙ୍କ ତରଫରୁ ଆଇନ ଅନୁଯାଇ ଦଣ୍ଡିତ କରାଗଲେ ଭାବିଷ୍ୟତ ରେ ଏହିପରି ଅସାଧୁ ଚାକିରିଆ ବ୍ବ୍ୟବସାୟୀ ମାନଙ୍କ ପାଇଁ ଉଚିତ ଥାନ୍ତା କହି ସ୍ଥାନୀୟରେ ଆଲୋଚନା ଏବଂ ମୋଟା ଅଙ୍କର ଭୋଡ଼ା ଆଦାୟ କରୁଛନ୍ତି ଏବଂ ସିନେମା ହାଲ ରେ ବି ବେଲଗାମ ଟିକେଟ ଇଚ୍ଛା ମୁତାବକ ୨୦୦ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦେବା ବି ଗୋଟେ ପ୍ରକାର ଜନତାଙ୍କ ଉପରେ ଅତ୍ୟାଚାର ବୋଲି ବି ସାଧାରଣ ରେ ଆଲୋଚନା ସେଥିପାଇଁ ବି ପୌର ପ୍ରଶାସନ ତରଫରୁ କିଛି ଚଢ଼ାଉ କରା ଯାଇଥିଲେ ରାୟଗଡ ଉପକଣ୍ଠ କିଛି ମାତ୍ରାରେ ପ୍ରଭାବିତ ହୋଇଥାନ୍ତା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930