Legatus

ରେଲୱେ ଟ୍ରାକରେ ପଡିଛି ଏବିଡିଓଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

 Breaking News

ରେଲୱେ ଟ୍ରାକରେ ପଡିଛି ଏବିଡିଓଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରେଲୱେ ଟ୍ରାକରେ ପଡିଛି ଏବିଡିଓଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
May 13
17:13 2024

କେନ୍ଦୁଝର, ୧୩/୫: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣା ଉପରୁ ହରିଚନ୍ଦନପୁର ବ୍ଲକ ଏବିଡିଓ ବିଧୁଭୂଷଣ ଜେନାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।
ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହକୁ ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇଁ ଘଟଣାସ୍ଥଳରେ ରେଳବାଇ ପୁଲିସ ଓ ହରିଚନ୍ଦନପୁର ଥାନା ପୁଲିସ ପହଞ୍ଚି ଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଛି।
ଏବିଡିଓ ବିଧୁଭୂଷଣ ଜେନାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ହରିଚନ୍ଦନପୁର ବିଡିଓ କହିଛନ୍ତି, ସକାଳ ପ୍ରାୟ ୧୦ଟା ବେଳେ ଆମେ ଘଟଣା ସଂପର୍କରେ ଖବର ପାଇଥିଲୁ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ୍ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡ଼ିବ। କାମର ଚାପ ତ ରୁହେ। କିନ୍ତୁ ସେମିତି କିଛି ଅଧିକ ଚାପ ନଥିଲା ତାଙ୍କ ଉପରେ। ତଦନ୍ତ ପରେ ଜଣାପଡ଼ିବ କ’ଣ ଘଟିଥିଲା ତାଙ୍କ ସହିତ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31