Legatus

ରେଲୱେ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ଜୟା ବର୍ମା ସିହ୍ନା

 Breaking News

ରେଲୱେ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ଜୟା ବର୍ମା ସିହ୍ନା

August 31
20:01 2023

ନୂଆଦିଲ୍ଲୀ,୩୧/୮: କେନ୍ଦ୍ର ସରକାର ଜୟା ବର୍ମା ସିହ୍ନାଙ୍କୁ ରେଳ ବୋର୍ଡର ସିଇଓ ଓ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ରେଳ ମନ୍ତ୍ରାଳୟର ୧୦୫ ବର୍ଷର ଇତିହାସରେ ପ୍ରଥମ ମହିଳା ଭାବେ ଏହି ପଦରେ ଶ୍ରୀମତୀ ସିହ୍ନା ଅବସ୍ଥାପିତ ହୋଇଛନ୍ତି।ଗ୍ଦଚ୍ଚ
ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ରହିଥିବା ଶ୍ରୀମତୀ ସିହ୍ନା ୧୯୮୮ରେ ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ)ରେ ଯୋଗ ଦେଇଥିଲେ ଏବଂ ତିନିଟି ରେଳ ଜୋନରେ କାର୍ଯ୍ୟ କରିଥିଲେ; ଉତ୍ତର ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ରେଳବାଇ।
କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ରେଳବାଇ ବୋର୍ଡର ସଦସ୍ୟ (ଅପରେସନ୍ ଆଣ୍ଡ ବିଜିନେସ୍ ଡେଭଲପମେଣ୍ଟ) ଜୟ ବର୍ମା ସିହ୍ନାଙ୍କୁ ରେଳବାଇ ବୋର୍ଡର ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀରେ ନିଯୁକ୍ତ କରିବାକୁ ଅନୁମୋଦନ କରିଛି।
ଶ୍ରୀମତୀ ସିହ୍ନା ଅନୀଲ କୁମାର ଲାହୋଟିଙ୍କ ସ୍ଥାନ ନେବେ ଏବଂ ସେପ୍ଟେମ୍ବର ୧ରେ ନୂତନ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କର କାର୍ଯ୍ୟକାଳ ୨୦୨୪ ଅଗଷ୍ଟ ୩୧ରେ ଶେଷ ହେବ। ଶ୍ରୀମତୀ ସିହ୍ନା ଅକ୍ଟୋବର ପହିଲାରେ ଅବସର ନେବାର କାର୍ଯ୍ୟକ୍ରମ ରହିଛି କିନ୍ତୁ ତାଙ୍କ ଅବଶିଷ୍ଟ କାର‌୍ୟ୍ୟକାଳ ପାଇଁ ସେହିଦିନ ତାଙ୍କୁ ପୁନଃ ନିଯୁକ୍ତି ଦିଆଯିବ।
ଓଡ଼ିଶାର ବାଲେଶ୍ୱର ଠାରେ ନିକଟ ଅତୀତରେ ଘଟିଯାଇଥିବା ଟ୍ରେନ୍ ଦୁର୍ଘଟଣା ପ୍ରାୟ ୩୦୦ ଲୋକଙ୍କ ଜୀବନ ନେଇଥିଲା।
ଏହି ଦୁଃଖଦ ବାଲେଶ୍ୱର ଦୁର୍ଘଟଣା ପରେ ଶ୍ରୀମତୀ ସିହ୍ନା ରେଳବାଇର ସାର୍ବଜନୀନ ଚେହେରା ଥିଲେ ଏବଂ ଜଟିଳ ସଙ୍କେତ ବ୍ୟବସ୍ଥା ବିଷୟରେ ଗଣମାଧ୍ୟମକୁ ବୁଝାଇଥିଲେ।
ବାଂଲାଦେଶର ଢାକାରେ ଥିବା ଭାରତୀୟ ହାଇ କମିଶନରେ ରେଳ ପରାମର୍ଶଦାତା ଭାବରେ ତାଙ୍କର ଚାରି ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ କୋଲକାତା ଏବଂ ଢାକାକୁ ସଂଯୋଗ କରୁଥିବା ଟ୍ରେନ୍ ସେବା ମୈତ୍ରୀ ଏକ୍ସପ୍ରେସର ଉଦଘାଟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31