Indus Valley Times

ଲେଉଟିଲା ଥଣ୍ଡା, ଶିମିଳିପାଳରେ ଶୀତର ଲହରୀ ଜାରି

 Breaking News

ଲେଉଟିଲା ଥଣ୍ଡା, ଶିମିଳିପାଳରେ ଶୀତର ଲହରୀ ଜାରି

February 03
12:33 2023

ଜି.ଉଦୟଗିରି,୩/୨: ପୁଣି ଲେଉଟାଣି ଶୀତର ଲହରୀ । ଶିମିଳିପାଳରେ ଶୀତର ଲହରୀ ଜାରି ।
କିଛିଦିନର ବ୍ୟବଧାନ ପରେ ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ବୋଲି କୃଷି ପାଣିପାଗ କ୍ଷେତ୍ର ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।
ଏଣେ ପ୍ରବଳ ଶୀତ ସାଙ୍ଗକୁ ଅନେକ ସ୍ଥାନରେ ପାଳ ଗଦା ଉପରେ ତୁଷାର ପଡିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ତାପମାତ୍ରା ଏହି ବର୍ଷର ସର୍ବନିମ୍ନ ତାପମାତ୍ରା ବୋଲି ଜଣାଯାଇଛି।
କିଛି ଦିନ ବ୍ୟବଧାନ ପରେ ହଠାତ୍ ଶୀତ ବଢ଼ିଯିବାରୁ ରାସ୍ତା ପାର୍ଶ୍ୱରେ ବିକ୍ରି କରୁଥିବା ବ୍ୟବସାୟୀମାନେ ପ୍ରଭାବିତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରୁ ପୁଣି ଶୀତ ଅନୁଭୂତ ହୋଇଛି। ଶୀତ ସାଙ୍ଗକୁ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ପୁକୁଲିଙ୍ଗିଆ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଶୀତ ହେବା ସହ ତୁଷାର ପଡ଼ିଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031