Indus Valley Times

ଲୋକସେବା ଭବନ ଆଗରେ ୭୫ ବର୍ଷୀୟ ବୃଦ୍ଧଙ୍କ ଆତ୍ମାହୁତି ଉଦ୍ୟମ, ଅଭିଯୋଗ ଶୁଣୁନି ପୋଲିସ୍

 Breaking News

ଲୋକସେବା ଭବନ ଆଗରେ ୭୫ ବର୍ଷୀୟ ବୃଦ୍ଧଙ୍କ ଆତ୍ମାହୁତି ଉଦ୍ୟମ, ଅଭିଯୋଗ ଶୁଣୁନି ପୋଲିସ୍

December 14
17:27 2022

ଭୁବନେଶ୍ୱର୧୪/୧୨: ଭୁବନେଶ୍ୱର ଲୋକସେବା ଭବନ ଆଗରେ ଫିନାଇଲ ପିଇଦେଲେ ବୃଦ୍ଧ। ଆଜି ଘଟିଛି ଏହି ଅଭାବନିୟ ଘଟଣାଫ ଫିନାଇଲ ପିଇ ବୃଦ୍ଧ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ପୁଲିସ ପକ୍ଷରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫିନାଇଲ ପିଇଥିବା ବ୍ୟକ୍ତିଙ୍କ ନାଁ ରବୀନ୍ଦ୍ର ଦାସ ଓ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି।
ପୁଲିସ ଏତଲା ରଖୁନଥିବାରୁ ମ୍ରିୟମାଣ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି। ସୂଚନାନୁସାରେ ରବୀନ୍ଦ୍ରଙ୍କର କଳିଙ୍ଗ ବିହାରରେ ଏକ ଦୋକାନ ଥିଲା। ତାଙ୍କ ପାଖରେ କାମ କରୁଥିବା ଜଣେ ପିଲା ଦୋକାନକୁ କୌଶଳ କ୍ରମେ ହଡ଼ପ କରିନେଇଛି। ଏହାକୁ ନେଇ ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ରବୀନ୍ଦ୍ର। ଘଟଣାର ତଦନ୍ତ କରି ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲେ। ହେଲେ ପୁଲିସ ଏତଲା ରଖୁ ନ ଥିବା ଅଭିଯୋଗ କରି ସେ ଫିନାଇଲ ପିଇଦେଇଥିବା କହିଛନ୍ତି।
ତେବେ ଏଭଳି ଘଟଣାକୁ ନେଇ ପୁଲିସ ସାଧାରଣ ଲୋକଙ୍କ ଏତଲାକୁ ଗୁରୁତ୍ୱ ଦେଉ ନ ଥିବା ଆଲୋଚନା ଆରମ୍ଭ ହୋଇଛି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930