Indus Valley Times

ଶରଧାବାଲିରେ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା, ଘଟଣାର ପୁନରାବୃତ୍ତି ନହେବା ନେଇ ନିଆଯାଉ ପଦକ୍ଷେପ

 Breaking News

ଶରଧାବାଲିରେ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା, ଘଟଣାର ପୁନରାବୃତ୍ତି ନହେବା ନେଇ ନିଆଯାଉ ପଦକ୍ଷେପ

ଶରଧାବାଲିରେ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା, ଘଟଣାର ପୁନରାବୃତ୍ତି ନହେବା ନେଇ ନିଆଯାଉ ପଦକ୍ଷେପ
June 29
17:54 2025

ପୁରୀ, ୨୯/୬: ପୁରୀ ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ ଉତ୍କଣ୍ଠାର ସହ ଆସିଥାନ୍ତି । ଏହି ସମୟରେ ଠେଲାପେଲା ଦଳାଚକଟାରେ ତିନି ଜଣ ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ରଥଯାତ୍ରାରେ ଭିଡ଼ ଜନିତ ଅଘଟଣକୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର ।
ଯାହାକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା। ସେ କହିଛନ୍ତି,ଏହି ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ । ଏଥିସହ ଏହି ଘଟଣାରେ ଗଜପତି ମହାରାଜା ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଶ୍ରୀମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ନିବେଦନ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ଏହି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930