Indus Valley Times

ଶାନ୍ତିବାର୍ତ୍ତା ନେଇ ସରକାରଙ୍କୁ ପ୍ରସ୍ତାବ ଦେଲେ ମାଓବାଦୀ

 Breaking News

ଶାନ୍ତିବାର୍ତ୍ତା ନେଇ ସରକାରଙ୍କୁ ପ୍ରସ୍ତାବ ଦେଲେ ମାଓବାଦୀ

ଶାନ୍ତିବାର୍ତ୍ତା ନେଇ ସରକାରଙ୍କୁ ପ୍ରସ୍ତାବ ଦେଲେ ମାଓବାଦୀ
April 02
19:00 2025

ମାଲକାନଗିରି,୨/୪: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କ ସମୁଳ ନାଶ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ପକ୍ଷରୁ ଅଭିଯାନ ଜୋରଦାର କରାଯାଇଛି। ଫଳରେ ଗତ କିଛିଦିନ ମଧ୍ୟରେ ଅନେକ ମାଓବାଦୀ ନିପାତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବସ୍ତ୍ର ଗସ୍ତ କରିବାକୁ ଯାଉଛନ୍ତି।
ତେବେ ଶାହାଙ୍କ ଗସ୍ତ ପୂର୍ବରୁ ଶାନ୍ତି ଆଲୋଚନାକୁ ସମର୍ଥନ କରିବା ପାଇଁ ଅପିଲ୍ କରିଛନ୍ତି ମାଓବାଦୀ ସଂଗଠନ। ସିପିଆଇ (ମାଓବାଦୀ) କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ଅପିଲ୍ କରାଯାଇଛି। ପୂର୍ବରୁ ମଧ୍ୟ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଥି‍ବା ଏଥିରେ ଜଣାଇଛନ୍ତି। ଏଥିସହିତ ସଶସ୍ତ୍ର ବାହିନୀର ନୂଆ ଶିବିର ସ୍ଥାପନ ବନ୍ଦ ପାଇଁ ସର୍ତ୍ତ ରଖିଛନ୍ତି ମାଓ ସଂଗଠନ। ସାମରିକ କାର‌୍ୟ୍ୟାନୁଷ୍ଠାନ ବନ୍ଦ ପାଇଁ ମଧ୍ୟ ଦାବି ଜଣାଇବା ସହିତ ସରକାର ମାନିଲେ ମାଓବାଦୀ ଯୁଦ୍ଧବିରତି ଘୋଷଣା କରିବେ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031