Indus Valley Times

ଶିକ୍ଷକ ଚାକିରି ପାଇଁ ଟିଇଟି ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିବା ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

 Breaking News

ଶିକ୍ଷକ ଚାକିରି ପାଇଁ ଟିଇଟି ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିବା ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

September 02
17:18 2025

ଭୁବନେଶ୍ୱର,୨/୯: ଶିକ୍ଷକ ନିଯୁକ୍ତି ପାଇବାକୁ ଚାହୁଁଥିବା ଏବଂ ଚାକିରିରେ ଥିବା ଶିକ୍ଷକ ପଦୋନ୍ନତି ପାଇଁ ଆଶାୟୀ ଥିଲେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET)ରେ କୃତକାର୍ଯ୍ୟ ହେବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ସୋମବାର ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟ ସରକାର ଏହାକୁ ତର୍ଜମା କରିବେ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସବୁ ଦିଗକୁ ବିଚାର କରିବା ସହ ଶିକ୍ଷକଙ୍କ ସ୍ବାର୍ଥକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଶିକ୍ଷକମାନେ ମୁକ୍ତ ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ (ଆର୍‌ଟିଇ ଆକ୍ଟ) ଲାଗୁ ହେବା ପୂର୍ବରୁ ନିଯୁକ୍ତ ହୋଇଛନ୍ତି ଏବଂ ଚାକିରି ଶେଷ ହେବାକୁ ୫ ବର୍ଷରୁ ଅଧିକ ସମୟ ରହିଛି, ସେମାନଙ୍କୁ TET ପାସ୍ ପାଇଁ ସର୍ବୋଚ୍ଚ ଅଦାଲତ ୨ ବର୍ଷ ସମୟ ଦେଇଛନ୍ତି। ତେବେ ସଂଖ୍ୟାଲଘୁ ସ୍କୁଲଗୁଡ଼ିକରେ ଆର୍‌ଟିଇ ଆଇନ କାର୍ଯ୍ୟକାରିତା ପ୍ରସଙ୍ଗରେ ବୃହତ୍ତର ଖଣ୍ଡପୀଠ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସେଠାର ଶିକ୍ଷକମାନଙ୍କ ପାଇଁ ଟିଇଟି ଆବଶ୍ୟକତା ଲାଗୁ ହେବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି।
ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ୨୦୧୧ ଜୁଲାଇ ୨୯ରେ ଶିକ୍ଷକ ନିଯୁକ୍ତି ପାଇଁ TETପାସ୍‌କୁ ବାଧ୍ୟତାମୂଳକ କରିଥିଲେ। ତେବେ ସ୍ଥିତିଗତ ବାସ୍ତବତାକୁ ବିଚାରକୁ ନେଇ ଯେଉଁ ଶିକ୍ଷକମାନଙ୍କ ଚାକିରି ସମୟ ୫ ବର୍ଷରୁ କମ୍ ବାକି ରହିଛି ଏବଂ ପଦୋନ୍ନତି ଚାହୁଁ ନାହାନ୍ତି, ସେମାନଙ୍କ କ୍ଷେତ୍ରରେ TETଉତ୍ତୀର୍ଣ୍ଣ ହେବା ଆବଶ୍ୟକ ନାହିଁ ବୋଲି ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930