Indus Valley Times

ଶ୍ରମିକଙ୍କ ପତ୍ନୀଙ୍କୁ ଆକ୍ରମଣ ଓ ହତ୍ୟା ଧମକ : ଖବର ପାଇ ଥାନାରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ, ଗିରଫ ପାଇଁ ୨୪ ଘଣ୍ଟାର କଣ୍ଟ

 Breaking News

ଶ୍ରମିକଙ୍କ ପତ୍ନୀଙ୍କୁ ଆକ୍ରମଣ ଓ ହତ୍ୟା ଧମକ : ଖବର ପାଇ ଥାନାରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ, ଗିରଫ ପାଇଁ ୨୪ ଘଣ୍ଟାର କଣ୍ଟ

August 03
20:01 2024

ଅକ୍ଷୟ ରାଉତଙ୍କୁ ରିପୋର୍ଟ
ଯାଜପୁର, ୩/୮ : ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଶାନ୍ତ ହୋଇ ଉଠିଛି । ବିଜେଡିର ଅଭିଯୋଗ ଅନୁଯାୟୀ ବିଜେପିର ଅସାମାଜିକ ବ୍ୟକ୍ତି ଗୁଣ୍ଡାରାଜ କରି ସୁକିନ୍ଦାରେ ରକ୍ତ ପାତ କରୁଛନ୍ତି ।
ନିର୍ବଚନ ପରଠାରୁ ବିଜେପି କର୍ମୀଙ୍କ ଆକ୍ରମଣରେ ଜଣେ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଜଣେ ଆଇନଜୀବି ଓ ବହୁ ସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି ।
କିଛି ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେବା ବେଳେ ଅନ୍ୟ କିଛି କଟକ ସ୍ଥାନାନ୍ତର ହୋଇଛନ୍ତି । ହେଲେ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ନିରବ ବସିଛି । ନିକଟରେ ଏ ନେଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଥିଲେ ।
ଏ ନେଇ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ମଧ୍ୟ ପ୍ରତିଶୃତି ଦେଇଥିଲେ । ହେଲେ ଏହାକୁ ଚ୍ୟାଲେଞ୍ଜ କରି ଗତକାଲି ବିଜେପି ସମର୍ଥିତ ଦୁଇ ଯୁବକ ସତ୍ୟଜିତ ଦାସ ଓ ପ୍ରମୋଦ ଦାସ କାଳିଆପାଣି କଣ୍ଟ୍ରାକ୍ଟର କଲୋନୀରେ ରହୁଥିବା ଜଣେ ଶ୍ରମିକଙ୍କୁ ଧମକ ଚମକ ଦେଉଥିଲା ବେଳେ ତାଙ୍କ ପତ୍ନୀ ଏହାର ବିରୋଧ କରିବାରୁ ଉଭୟ ଯୁବକ ଅଜୟ କୁମାର ନାୟକଙ୍କ ପତ୍ନୀ ବସୁମତୀ ନାୟକଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କୁ ଧକ୍କା ମାରି ମୋବାଇଲ ଛଡାଇ ନେବା ସହିତ ତାଙ୍କୁ ହତ୍ୟା ଧମକ ଦେଇଥିଲେ ।
ଏ ନେଇ ଶ୍ରୀମତୀ ନାୟକ କାଳିଆ ପାଣି ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଡେରି ରାତିରେ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ । ଏହା ସହିତ ଉଭୟଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଥାନା ଛାଡିବେ ନାହିଁ ବୋଲି କହିଥିଲେ ପୂର୍ବତନ ମନ୍ତ୍ରୀ । ଦୀର୍ଘ ସମୟ ଆଲୋଚନା ପରେ ୨୪ ଘଣ୍ଟା ମଧ୍ୟରେ ଉଭୟଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେଇଥିଲା ପୋଲିସ । ଅପରପକ୍ଷେ ପୂର୍ବତନ ମନ୍ତ୍ରୀ କହିଛନ୍ତି ସଧାରଣ ଲୋକଙ୍କ ଉପରେ ବିଜେପି ଗୁଣ୍ଡା ବାରମ୍ବାର ଆକ୍ରମଣ କରି ସୁକିନ୍ଦାକୁ ଅଶାନ୍ତ କରୁଛନ୍ତି । ରକ୍ତପାତ କରି ଲୋକଙ୍କୁ ଆତଙ୍କିତ କରୁଛନ୍ତି ।
ଯଦି ୨୪ ଘଣ୍ଟା ମଧ୍ୟରେ ଉଭୟଙ୍କୁ ପୋଲିସ ଗିରଫ ନ କରେ ତେବେ ଥାନା ଘେରାଉ କରାଯିବ । ବିଗତ ଦିନର ଆକ୍ରମଣ ଲୋକଙ୍କ ମନରୁ ନ ଲିଭିଥିଲା ବେଳେ ଗତ କାଲି ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ସୁକିନ୍ଦା ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି କରିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930