Legatus

ଶ୍ରୀ ଜଗନ୍ନାଥ ସଂସ୍କୃତି ନଷ୍ଟକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

 Breaking News

ଶ୍ରୀ ଜଗନ୍ନାଥ ସଂସ୍କୃତି ନଷ୍ଟକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

December 26
18:35 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୧୨: ଶ୍ରୀକ୍ଷେତ୍ର ପୁରୀ ତଥା ଶ୍ରୀମନ୍ଦିର ସମଗ୍ର ହିନ୍ଦୁ ମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ତଥା ପ୍ରମୁଖ ତୀର୍ଥସ୍ଥଳୀ । ଏହାର ପବିତ୍ରତା ତଥା ପରମ୍ପରାକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଆଜି ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଦାବି କରାଯାଇଛି । ଅଭିଯାନର ଜିଲ୍ଲା ସଂଯୋଜକ ରଘୁନାଥ ଷଡଙ୍ଗୀଙ୍କ ସଂଯୋଜନାରେ ଏହି ଦାବିକୁ ନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ସ୍ଥାନିୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ମର୍ଯ୍ୟାକୁଦଛକ ନିକଟରେ ପହଞ୍ôଚଥିଲା ।
ସେଠାରେ ଆୟୋଜିତ ଏକ ସଭାରେ ବରିଷ୍ଠ ନାଗରୀକ ସୂର୍ଯ୍ୟକାନ୍ତ ଦଳବେହେରା, ସମାଜସେବୀ ଇନ୍ଦୁ ଭୁଷଣ ମହାକୁଳ, ଜିଲ୍ଲା ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ଦେବବ୍ରତ ପାଣିଗ୍ରାହୀ, ଜିଲ୍ଲା ପଣ୍ଡିତ ସମାଜ ସଭାପତି ସଂଜିବ କୁମାର ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଶମ୍ଭୁ ପ୍ରସାଦ ମିଶ୍ର, ସଂପାଦକ ପ୍ରେମାନନ୍ଦ ମିଶ୍ର,ପତଞ୍ଜଳି ଯୋଗ ସମିତି ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ହୋଇ କାମିଆ ଜାନୀ ଜଣେ ଦେୟଯୁକ୍ତ ବ୍ଲଗର । ଏହା ପୁର୍ବରୁ ଗୋ ମାଂସ ଭକ୍ଷଣର ମଧ୍ୟ ପ୍ରଚାର ପ୍ରସାର କରି ଚର୍ଚ୍ଚାକୁ ଆସିଥିଲେ ।
ଏଭଳି ଜଣେ ବିଧର୍ମି ବା ଜଗନ୍ନାଥ ସଂସ୍କୃତି ସଂପର୍କରେ ଅଜ୍ଞାନଥିବା ମହିଳାଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ, ଶ୍ରୀ ମନ୍ଦିର ଓ ମହା ପ୍ରସାଦର ପ୍ରଚାର ଘୋର ଅପରାଧ ଓ ଅନ୍ତର୍ଘାତୀ କାର୍ଯ୍ୟ ଏଭଳି କୁକାର୍ଯ୍ୟ ପଛରେ ବୃହତ ଷଡଯନ୍ତ୍ର ଲୁଚି ରହିଛି ବୋଲି ହିନ୍ଦୁ ଭକ୍ତ ଅଭିଯୋଗ କରିବାସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ତେଣୁ ଏହି ଷଡଯନ୍ତ୍ରକାରୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଜଣେ ସଚ୍ଚୋଟ ହିନ୍ଦୁର ପରିଚୟ ଦିଅନ୍ତୁ ବୋଲି ବକ୍ତାମାନେ ଏହି ମଂଚରେ ଦୃଢ ଦାବି କରିଥିଲେ । ଏଭଳି ଷଡଯନ୍ତ୍ରକାରୀଙ୍କୁ ଦମନ କରାନଗଲେ ଆଗାମୀ ଦିନରେ ସମିତି ପକ୍ଷରୁ ଯୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ସଂଜିବ କୁମାର ସାହୁ, ସହ ସଂଯୋଜକ- ଚକିତ ଭଞ୍ଜଙ୍କ ସମେତ ଅନେକ ସଂଗ୍ରାମୀ ଭକ୍ତ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31