Indus Valley Times

ଶ୍ରୀରାମ ନବମୀ ପାଇଁ ପୁଲିସର ପ୍ଲାଗମାର୍ଚ୍ଚ : ଦୁଇ ଦୁଇଟି ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ରାମ ଭକ୍ତ, ଦୁଲକିଲା ସହର

 Breaking News

ଶ୍ରୀରାମ ନବମୀ ପାଇଁ ପୁଲିସର ପ୍ଲାଗମାର୍ଚ୍ଚ : ଦୁଇ ଦୁଇଟି ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ରାମ ଭକ୍ତ, ଦୁଲକିଲା ସହର

ଶ୍ରୀରାମ ନବମୀ ପାଇଁ ପୁଲିସର ପ୍ଲାଗମାର୍ଚ୍ଚ : ଦୁଇ ଦୁଇଟି ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ରାମ ଭକ୍ତ, ଦୁଲକିଲା ସହର
March 28
19:13 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୭/୩ : ରାମନବମୀ ମହୋତ୍ସବ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ଏନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ସଦର ଏସ୍‌ଡିପିଓ ନୀହାର ରଞ୍ଜନ ପ୍ରଧାନ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ, ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ମାନେ ବିଭିନ୍ନ କମିଟିର ସଦସ୍ୟଙ୍କ ସ‌ହ ଉତ୍ସବର ପରିଚାଳନା ନେଇ ଆଲୋଚନା କରିଥିଲେ । ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଖୋର୍ଦ୍ଧା ଜିଲା ପକ୍ଷରୁ ବାହାରିଥିବା ଶ୍ରୀରାମ ରଥ ଖୋର୍ଦ୍ଧାରେ ପହଞ୍ଚିବା ପରେ ଶୁକ୍ରବାର ସକାଳ ୯ଟାରେ ମୁକୁନ୍ଦପ୍ରସାଦ ମେଳଣ ପଡ଼ିଆରୁ ନାମ ସଂକୀର୍ତ୍ତନ ସହ ନଗର ପରିକ୍ରମା କରି ଜରିପୁଟ ହନୁମାନ ମନ୍ଦିରରେ ଶେଷ ହେବ।
ସେହିଭଳି ଶ୍ରୀରାମ ନବମୀ ସମନ୍ୱୟ ସମିତି ପକ୍ଷରୁ ଉକ୍ତ ସ୍ଥାନରୁ ଶୋଭାଯାତ୍ରା ଆୟୋଜନ ରହିଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ, ବାଣ ଫୁଟାଇବା ଓ ଉତ୍ତେଜନାମୂଳକ ସ୍ଲୋଗାନରୁ ବିରତ ରହିବାକୁ ଅନୁରୋଧ କରାଯାଇଛି।
କୌଣସି . ବିପଦଜନକ ଖେଳ ପ୍ରଦର୍ଶନ କରିବେ ନାହିଁ। ଡିଜେ ବ୍ୟବହାର କରାଯିବ ନାହିଁ ଏବଂ ଶବ୍ଦ ସୀମା ୬୫ ଡେସିବଲ ମଧ୍ୟରେ ରହିବ। ଶୋଭାଯାତ୍ରା ସମୟରେ ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାକୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ ଲୋଡ଼ା ଯାଇଛି।
ଶ୍ରୀରାମ ନବମୀ ଶୋଭାଯାତ୍ରା ଶାନ୍ତିଶୃଙ୍ଖଳା ସହ ଆୟୋଜନ ପାଇଁ ଜିଲା ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ମୁକୁନ୍ଦପ୍ରସାଦ ମେଳଣ ପଡ଼ିଆଠାରୁ ଆରମ୍ଭ ହୋଇ ପଲ୍ଲା ତାରିଣୀ ମନ୍ଦିର ଠାରେ ଫ୍ଲାଗମାର୍ଚ୍ଚ ଶେଷ ହୋଇଥିଲା।
ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅନାଦି ଚରଣ ସେଠୀ, ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନ, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ, ଶିଳ୍ପାଞ୍ଚଳ ଥାନା ଅଧିକାରୀ ଉମେଶ ସାହୁ, ଏସ୍‌ଆଇ ସ୍ବାଗତିକା ଦାସ, ଦିନେ ପିଙ୍ଗୁଆ, ସସ୍ମିତା ବେହେରା, ଏଏସ୍ଆଇ ସୁଶାନ୍ତ ମଲିକଙ୍କ ସମେତ୍ ୨୫ରୁ ଉର୍ଦ୍ଧ୍ବ ଅଫିସର ଏବଂ ୩ ପ୍ଲାଟୁନ ଫୋର୍ସ ପ୍ଲାଗମାର୍ଚ୍ଚ ରେ ସାମିଲ ହୋଇଥିଲେ। ଆଇନ ଆଇନଶୃଙ୍ଖଳା ଦୃଷ୍ଟିରୁ ସହରର ସମ୍ବେଦନଶୀ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି।
ଶୁକ୍ରବାର ପୂର୍ବାହ୍ନ ସାଢ଼େ ଦଶଟାରେ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିରାଟ ରାଲି ମୁକୁନ୍ଦ ପ୍ରସାଦ ମେଲଣ ପଡ଼ିଆରୁ ବାହାରି ସହର ମଧ୍ୟ ଦେଇ ଜରିପୁଟ ତନ୍ତ ମୁଣ୍ଡିଆ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ସେହିପରି ବିଜେପି ପକ୍ଷରୁ ସନ୍ଧ୍ୟା ୫ ଘଟିକାରେ ଏକ ବିରାଟ ଶୋଭାଯାତ୍ରା ଦଶ ଦୋଳ ମେଲଣ ପଡ଼ିଆ ମୁକୁନ୍ଦ ପ୍ରସାଦ ଠାରୁ ବାହାରି ଜରିପୁଟ ମହାବୀର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।
ରାଲିରେ ଶହ ଶହ ମୋଟର ସାଇକେଲ, କାର, ଟ୍ରାକ୍ଟର, ଜେସିବି, ଟ୍ରଲର, ଏବଂ ରାମ ଲକ୍ଷ୍ମଣ,ସୀତା ,ହନୁମାନ ବେଶଧାରୀ ଏକ ପ୍ରମୁଖ ସୁସଜ୍ଜିତ ଗାଡ଼ିରେ ,ଜୟ ଶ୍ରୀରାମ ଧ୍ୱନୀରେ ସହର ପରିକ୍ରମା କରି ଜରିପୁଟ ଠାରେ ପହଞ୍ଚିଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ପଥଚାରୀଙ୍କ ଯାତାୟାତର ସୁବିଧା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930